po
ମୁମ୍ବାଇ : ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଫିଲ୍ମଟି ରିଲିଜ୍ ହେବାର ୩ ଦିନରେ ପାଖାପାଖି ୩୦୦ କୋଟି ଟଙ୍କା କଲେକ୍ସନ କରିସାରିଲାଣି। କିନ୍ତୁ ଫିଲ୍ମକୁ ନେଇ ଦର୍ଶକ ଏତେଟା ଖୁସି ନଥିବା ଜଣାପଡିଛି। ଫିଲ୍ମରେ କେବଳ ଆକ୍ସନ ସିନ୍କୁ ଗୁରୁତ୍ୱ ଦିଆଯାଇଛି ଲୋକେ ମନ୍ତବ୍ୟ ଦେଉଛନ୍ତି। କିଛି ଲୋକ କାହାଣୀ ଏତେଟା ଭଲ ନଥିବା କହିଥିବା ବେଳେ କିଛି ଲୋକ ସାହୋ ଫିଲ୍ମ କପି ହୋଇଛି ବୋଲି ଅଭିଯୋଗ କରିଛନ୍ତି।
https://twitter.com/sunilguts/status/1167418329511759873
ସାହୋ ୨୦୦୮ ମସିହାରେ ରିଲିଜ୍ ହୋଇଥିବା ଫ୍ରେଞ୍ଚ ସିନେମା ‘ଲାରଗୋ ୱିଞ୍ଚ’ରୁ କପି ହୋଇଛି ବୋଲି ଶୁଣିବାକୁ ମିଳୁଛି। ନିକଟରେ ସୁନୀଲ୍ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ‘ଲାରଗୋ ୱିଞ୍ଚର’ ନିର୍ଦ୍ଦେଶକ ଜେରୋମି ସାଲେଙ୍କୁ ଟ୍ୟାଗ୍ କରି ସେ ବହୁତ ଟ୍ୟାଲେଣ୍ଟେଡ୍ କାରଣ ତାଙ୍କର ଫିଲ୍ମରୁ କପି ହୋଇଥିବା ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିବା ଟ୍ୱିଟ୍ କରିଥିଲେ। ଯାହାର ଉତ୍ତରରେ ନିର୍ଦ୍ଦେଶକ ଜୋରମି ସାଲେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅସଲ ଲାର୍ଗୋ ଓ୍ଵିଞ୍ଚଠାରୁ ଏହାର ଫ୍ରିମେକ୍ ଆହୁରି ଖରାପ ହୋଇଛି। ଦୟାକରି ତେଲୁଗୁ ନିର୍ଦ୍ଦେଶକ, ଯଦି ତୁମେ ମୋ କାମ ଚୋରାଉଛ, ତେବେ ଭଲ ଭାବରେ କରିବାକୁ ଚେଷ୍ଟାକର ବୋଲି ସେ କହିଛନ୍ତି।
https://twitter.com/Jerome_Salle/status/1168091007365390337
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/po.jpg)