Advertisment

ସମ୍ବଲପୁର: ଟ୍ରକକୁ ପିଟିଲା ଟ୍ରକ,୨ ମୃତ, ୪ ଗୁରୁତର

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ରେଢାଖୋଲ ନିକଟ ୫୫ ନମ୍ୱର ଜାତୀୟ ରାଜପଥର ଆମ୍ୱେଳିପାଣି ଠାରେ ଶନିବାର ଛିଡା ହୋଇଥିବା ଏକ ଟ୍ରକକୁ ଆଉ ଏକ ଟକ୍ର ପଛ ପଟୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।। ଆମ୍ବେଳିପାଣି ନିକଟରେ ଗୋଟିଏ ଟ୍ରକ ଖରାପ ହୋଇ ଠିଆ ହୋଇଥିଲା।  ସମ୍ୱଲପୁର ପଟୁ ଅନ୍ୟ ଏକ ଟ୍ରକ ଦ୍ରୁତ ଗତିରେ […]

author-image
Rakesh Mallick
ସମ୍ବଲପୁର: ଟ୍ରକକୁ ପିଟିଲା ଟ୍ରକ,୨ ମୃତ, ୪ ଗୁରୁତର

sambalpur-accident

sambalpur-accidentସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ରେଢାଖୋଲ ନିକଟ ୫୫ ନମ୍ୱର ଜାତୀୟ ରାଜପଥର ଆମ୍ୱେଳିପାଣି ଠାରେ ଶନିବାର ଛିଡା ହୋଇଥିବା ଏକ ଟ୍ରକକୁ ଆଉ ଏକ ଟକ୍ର ପଛ ପଟୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।।

Advertisment

ଆମ୍ବେଳିପାଣି ନିକଟରେ ଗୋଟିଏ ଟ୍ରକ ଖରାପ ହୋଇ ଠିଆ ହୋଇଥିଲା।  ସମ୍ୱଲପୁର ପଟୁ ଅନ୍ୟ ଏକ ଟ୍ରକ ଦ୍ରୁତ ଗତିରେ ଆସି ଠିଆ ହୋଇ ଥିବା ଟ୍ରକର ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଦୁର୍ଘଟଣା ଘଟାଇଥିବା ଟ୍ରକର ଜଣେ କର୍ମଚାରୀ ଓ ଖରାପ ହୋଇପଡିଥିବା ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା।

ଜୁଜୁମୁରା ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

Advertisment