/odisha-reporter/media/post_attachments/uploads/2020/08/sero-1.jpg)
sero
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ହେବ। RMRCର ଟେକ୍ନିକାଲ ଓ ଭୁବନେଶ୍ୱର ମହାନଗର ନିଗମ(BMC)ର ପ୍ରଶାସନିକ ଅଧିକାରୀ ମିଳିତ ସର୍ଭେ କରିବେ। BMCର ୨୫ଟି ୱାର୍ଡରେ ଦ୍ୱିତୀୟ ପର୍ଯ୍ୟାୟରେ ସେରୋ ସର୍ଭେ କରାଯିବ। ୨ଟି ଗ୍ରୁପ୍- କମ୍ୟୁନିଟି ଓ ହାଇ ରିସ୍କ ବ୍ୟକ୍ତିଙ୍କର ସେରୋ ସର୍ଭେ ହେବ। ପ୍ରଥମ ଦୁଇ ଦିନରେ ୧୫ ଶହ ସାମ୍ପଲ୍ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି।
Advertisment
ଗତକାଲି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୮୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୧୨୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୪୭୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
