Advertisment

ବିଷାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ, ୧୫ ଗୁରୁତର

ଛାପ୍ରା: ବିହାରରେ ପୁଣି ନକଲି ମଦମୃତ୍ୟୁ । ରାଜ୍ୟରେ ବିଷାକ୍ତ ମଦ୍ୟପାନ କରି ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକ ଦୃଷ୍ଟି ଶକ୍ତି ହରାଇ ଥିବା ଜଣାପଡ଼ିଛି।  ମାକେର ପୁଲିସ ଷ୍ଟେସନ ଅଧିନରେ ଏହି ଘଟଣା ଘଟିଥିବା ସରନ ଜିଲ୍ଲାପାଳ ରାଜେସ ମିନା ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗାଁ ଲୋକମାନେ ବିଷାକ୍ତ ମଦ୍ୟପାନ କରିଥିବା ଜଣାପଡ଼ିଛି।  ତେବେ ଏହି ମଦ୍ୟପାନ  କରିବା ପରେ ୫ […]

ଅଦ୍ୟତନ ହୋଇଛି
ମଦନୀତି: ଦିଲ୍ଲୀ, ପଞ୍ଜାବ ସମେତ ଦେଶର ୩୫ଟି ସ୍ଥାନରେ ଇଡି ରେଡ୍

wine

Advertisment

ଛାପ୍ରା: ବିହାରରେ ପୁଣି ନକଲି ମଦମୃତ୍ୟୁ । ରାଜ୍ୟରେ ବିଷାକ୍ତ ମଦ୍ୟପାନ କରି ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକ ଦୃଷ୍ଟି ଶକ୍ତି ହରାଇ ଥିବା ଜଣାପଡ଼ିଛି।  ମାକେର ପୁଲିସ ଷ୍ଟେସନ ଅଧିନରେ ଏହି ଘଟଣା ଘଟିଥିବା ସରନ ଜିଲ୍ଲାପାଳ ରାଜେସ ମିନା ସୂଚନା ଦେଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗାଁ ଲୋକମାନେ ବିଷାକ୍ତ ମଦ୍ୟପାନ କରିଥିବା ଜଣାପଡ଼ିଛି।  ତେବେ ଏହି ମଦ୍ୟପାନ  କରିବା ପରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କର ପାଟନା ହସପିଟାଲରେ ମୃତ୍ୟୁ ଘଟିଛି।  ସେହିପରି ଗୁରୁତର ରୋଗୀମାନଙ୍କର ଚିକିତ୍ସା ଚାଲିଛି।  ଆହତମାନଙ୍କ ମଧ୍ୟରୁ ୧୦ ଜଣ ଦୃଷ୍ଟି ଶକ୍ତି ହରାଇଥିବା ଜଣାପଡ଼ିଛି। ସରନ ଏସପି ସନ୍ତୋଷ କୁମାର କହିଛନ୍ତି ଯେ,  ମାକେର ଇଲାକାରେ ରେଡ ଜାରି ରହିଛି।  ଉକ୍ତ ଅଞ୍ଚଳରୁ କେତେକ ମଦ ବୋତଲ ଜବତ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ନାଗପଞ୍ଚମୀ ଅବସରରେ ମଦ୍ୟପାନ କରିବା ଏଠିକାର ପରମ୍ପରା। ଏହି ବାହାନାରେ ସୁଯୋଗ ନେଇ କେତେକ ମଦବେପାରୀ ନକଲି ମଦ ବିକ୍ରି କରିଥିଲେ।  ଯାହାକୁ ପିଇ ଏଭଳି ଅଘଟଣ ଘଟିଛି। ଗତ ବର୍ଷ ନଭେମ୍ବର ଠାରୁ ନକଲି ମଦ୍ୟପାନ କରି ରାଜ୍ୟରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ଘଟିଲାଣି । ଗତ ଜାନୁଆରୀ ମାସରେ ସରନ ଜିଲ୍ଲାରେ ଏମିତି ୫ ଜଣକର ଜୀବନ ଯାଇଛି।  ବିହାରରେ ୨୦୧୬ରେ ମଦବିକ୍ରି ଉପରେ ନିଷେଧ କରାଯାଇଛି। ତଥାପି ନକଲି ମଦ ମୃତ୍ୟୁକୁ ରୋକି ହେଉନି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe