Advertisment

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା, ଆଉ ୨ ସାର୍ପ ସୁଟର ଗିରଫ

ନୂଆଦିଲ୍ଲୀ : ପଞ୍ଜା ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ପୁଲିସ ଆଉ ୨ ଜଣ ସୁଟରଙ୍କୁ ଗିରଫ କରିଛି।  ଉଭୟ ଅଭିଯୁକ୍ତଙ୍କୁ  ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଗୁଜରାଟର ମୁନ୍ଦ୍ରାରୁ ଏହି ଦୁଇ ସାର୍ପ ସୁଟରଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ବ୍ୟାପକ  ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୮ଟି ଗ୍ରେନେଡ୍, ୯ଟି ଡିଟୋନେଟର, ୩ଟି ପିସ୍ତଲ ଓ ଗୋଟିଏ ଆସଲ୍ଟ ରାଇଫଲ।  ଏନେଇ ଦିଲ୍ଲୀ […]

author-image
Tapas Behera
ଅଦ୍ୟତନ ହୋଇଛି
ସିଦ୍ଧୁ ମୁସେୱାଲା ହତ୍ୟା ମାମଲା, ଆଉ ୨ ସାର୍ପ ସୁଟର ଗିରଫ

89

ନୂଆଦିଲ୍ଲୀ : ପଞ୍ଜା ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ପୁଲିସ ଆଉ ୨ ଜଣ ସୁଟରଙ୍କୁ ଗିରଫ କରିଛି।  ଉଭୟ ଅଭିଯୁକ୍ତଙ୍କୁ  ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଗୁଜରାଟର ମୁନ୍ଦ୍ରାରୁ ଏହି ଦୁଇ ସାର୍ପ ସୁଟରଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ବ୍ୟାପକ  ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୮ଟି ଗ୍ରେନେଡ୍, ୯ଟି ଡିଟୋନେଟର, ୩ଟି ପିସ୍ତଲ ଓ ଗୋଟିଏ ଆସଲ୍ଟ ରାଇଫଲ।  ଏନେଇ ଦିଲ୍ଲୀ ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି।

Advertisment

ଗିରଫ ଦୁଇ ସୁଟର ହେଲେ ପ୍ରିୟବ୍ରତ ସୋନିପତ (୨୬) ଓ କସିସ ଓରଫ କୂଳଦୀପ (୨୪) । ପ୍ରିୟବ୍ରତ ହରିୟାଣାର ବାସିନ୍ଦା ହୋଇଥିବାବେଳେ ପୂର୍ବରୁ ସେ କୁଖ୍ୟାତ ରାମକରନ ଗ୍ୟାଙ୍ଗର ସାର୍ପସୁଟର ଥିଲା । ହତ୍ୟାକାଣ୍ଡ ଘଟାଇଥିବା ଗୋଷ୍ଠୀର ସେ ନେତା ଥିବା ପୁଲିସ କହିଛି । ସେ ବିଦେଶରେ ଥିବା ଗାଙ୍ଗଷ୍ଟର ଗୋଲଡି ବରାର ସହ ସଂପର୍କ ରଖିଛନ୍ତି। ଏହି ହତ୍ୟାକାଣ୍ଡରେ  ପୂର୍ବରୁ ସଂପୃକ୍ତ ଆଉ ଜଣେ ସାର୍ପସୁଟର ସନ୍ତୋଷ ଯାଦବକୁ ଗତ ୧୮ ତାରିଖରେ ପୁନେ ପୁଲିସ ଗିରଫ କରିଥିଲା । ତାଠାରୁ ୧୩ଟି ପିସ୍ତଲ ଓ ୭ଟି ମୋବାଇଲ ଫୋନ ଜବତ ହୋଇଥିଲା ।

ମେ’  ୨୯ ତାରିଖରେ ମୁସେୱାଲାଙ୍କୁ ପଞ୍ଜାବର ମାନସା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଦେହରେ ୨୦ରୁ ଅଧିକ ଗୁଳି ବାଜିଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଯାଇଥିଲା। ଘଟଣାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ଫେସବୁକ ପୋଷ୍ଟ ଜରିଆରେ ଘଟଣା ପାଇଁ ନିଜକୁ ଦାୟୀ କରିଛି।

Advertisment
Sidhu Moose Wala Murder Case