Advertisment

୩୪୦ କୋଟି ପୁଞ୍ଜି ନିବେଶକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପାୟନକୁ ବୃଦ୍ଧି କରିବା ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ୪ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।   ଏହା ଦ୍ୱାରା ରାଜ୍ୟରେ ପାଖାପାଖି ୩୪୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ନିବେଶ ହେବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ସରକାର ଏହାକୁ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ୧୩୫୪ […]

୩୪୦ କୋଟି ପୁଞ୍ଜି ନିବେଶକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

mmmm

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପାୟନକୁ ବୃଦ୍ଧି କରିବା ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ୪ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।   ଏହା ଦ୍ୱାରା ରାଜ୍ୟରେ ପାଖାପାଖି ୩୪୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ନିବେଶ ହେବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ସରକାର ଏହାକୁ ଅନୁମୋଦନ କରିଛନ୍ତି।

Advertisment

ଏହାଦ୍ୱାରା ରାଜ୍ୟରେ ୧୩୫୪ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ଏହି ୪ ସଂସ୍ଥା ମଧ୍ୟରେ ଏକ ଦିଲ୍ଲୀଭିତ୍ତିକ ଷ୍ଟିଲ୍‌ ଟ୍ୟୁବ୍ ଏବଂ ପାଇପ୍‌ ମାନୁଫ୍ୟାକ୍ଚରିଂ କମ୍ପାନୀ ରହିଛି। ଏହା ଯାଜପୁର ଜିଲା କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ୧୩୦ କୋଟି ଟଙ୍କା ନିବେଶ କରିବ।

Advertisment

ସେହିପରି ଜାମ୍‌ସେଦ୍‌ପୁରର ଏକ ଷ୍ଟିଲ୍‌ ଡୋର୍‌ ନିର୍ମାତା କଳିଙ୍ଗନଗର ଠାରେ ୯୨ କୋଟି ଟଙ୍କା ନିବେଶ କରିବା ପାଇଁ ପ୍ରସ୍ତାବ ଦେଇଛି। ତୃତୀୟ ପ୍ରକଳ୍ପଟି ଭୁବନେଶ୍ୱର ଭିତ୍ତିକ ଏକ ସଂସ୍ଥା ଖୋର୍ଦ୍ଧା ଜିଲାରେ ଲଜିଷ୍ଟିକ୍‌ ପାର୍କ ସ୍ଥାପନ ପାଇଁ ୬୬.୭୯ କୋଟି ଟଙ୍କା ନିବେଶ ପ୍ରସ୍ତାବ ଦେଇଛି। ଏହା ଏଫ୍‌ଏମ୍‌ସିଜି, ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଏବଂ ଆପାରେଲ୍ ଉତ୍ପାଦ ପାଇଁ ଷ୍ଟୋରେଜ୍‌ ଫ୍ୟାସିଲିଟି ପ୍ରଦାନ କରିବ।

ସେହିପରି ବ୍ରହ୍ମପୁରର ଏକ ରିୟଲଇଷ୍ଟେଟ୍‌ କମ୍ପାନୀ ସ୍ଥାନୀୟ ଅଞ୍ଚଳରେ ଏକ ରିଜର୍ଟ ସ୍ଥାପନ ପାଇଁ ୫୦.୪୮ କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ସକାଶେ ଆଗ୍ରହ ଦେଖାଇଛି ବୋଲି ଶ୍ରୀ ଚୋପ୍ରା ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe