କମଳା ପୂଜାରୀଙ୍କୁ ଆଇସିୟୁରେ ନଚାଇବା ଘଟଣା, ସମାଜସେବୀଙ୍କ ନାମରେ ଏତଲା

ଜୟପୁର(ଟି.ଗୌରୀ ଶଙ୍କର): ସମାଜସେବୀ ମମତା ବେହେରାଙ୍କ ବଢିଲା ଅଡ଼ୁଆ। ନିଜର ପବ୍ଲିସିଟି ବଢ଼ାଇବା ପାଇଁ ସେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ ଆଇସିୟୁ ରୋଗୀ ଶଯ୍ୟାରୁ ଉଠାଇ ନଚେଇ ଥିଲେ। ଏନେଇ ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ କମଳାଙ୍କ ଆଟେଣ୍ଡାଣ୍ଟ ଭାବେ ଯାଇଥିବା ରାଜୀବ ହିଆଲ। ସେ ଆଜି ଜୟପୁର ଟାଉନ ଥାନାରେ ସମାଜସେବୀ ମମତା ବେହେରାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଉଚିତ୍ ପଦକ୍ଷେପ ନେବାକୁ ସେ ନିବେଦନ […]

FIR

FIR

Niranjan Mishra
  • Published: Saturday, 03 September 2022
  • Updated: 03 September 2022, 07:47 PM IST

ଜୟପୁର(ଟି.ଗୌରୀ ଶଙ୍କର): ସମାଜସେବୀ ମମତା ବେହେରାଙ୍କ ବଢିଲା ଅଡ଼ୁଆ। ନିଜର ପବ୍ଲିସିଟି ବଢ଼ାଇବା ପାଇଁ ସେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ ଆଇସିୟୁ ରୋଗୀ ଶଯ୍ୟାରୁ ଉଠାଇ ନଚେଇ ଥିଲେ। ଏନେଇ ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ କମଳାଙ୍କ ଆଟେଣ୍ଡାଣ୍ଟ ଭାବେ ଯାଇଥିବା ରାଜୀବ ହିଆଲ। ସେ ଆଜି ଜୟପୁର ଟାଉନ ଥାନାରେ ସମାଜସେବୀ ମମତା ବେହେରାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଉଚିତ୍ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି।

ରାଜୀବ ହିଆଲ ଗଣମାଧ୍ୟମକୁ କହିଛନ୍ତି, ସେ କେବେବି ଏ ସବୁ ଭିଡିଓ କରିନାହାନ୍ତି। ମମତା ବେହେରା ନିଜେ ଏସବୁ ଭିଡ଼ିଓ କରାଇ ତାଙ୍କ ଉପରେ ଓ କମଳାଙ୍କ ନାତୀ ଉପରେ ଦୋଷ ଲଦୁଛନ୍ତି। ଏନେଇ ବିଭିନ୍ନ ଲୋକେ ତାଙ୍କୁ ପ୍ରଶ୍ନ କରୁଥିବାରୁ ସେ ବାଧ୍ୟ ହୋଇ ପୁଲିସରେ ଏତଲା ଦେଇ ଘଟଣାର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିବେଦନ କରିଛନ୍ତି।

ସେପଟେ ଏ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲା ଭୂମିଆ ସମାଜ। ଆଜି ଭୂମିଆ ସମାଜ ପକ୍ଷରୁ ଏକ ୨୦ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୫ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହ ଉପଜିଲ୍ଲାପାଳଙ୍କୁ ଏ ସମ୍ପର୍କିତ ଦାବିପତ୍ର ଦେଇ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିବେଦନ କରିଛନ୍ତି।

ସମାଜସେବୀ ମମତା ବେହେରା ଜୋରଜବରଦସ୍ତ କମଳା ପୂଜାରୀଙ୍କୁ ନଚାଉଥିବା ଭିଡ଼ିଓ ଭାଇରାଲ ହୋଇଥିବାରୁ ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ସେମାନେ ଏଥିରେ ଉଲ୍ଲେଖ କରିଛନ୍ତି। ଏହି ଭିଡ଼ିଓ କରାଯିବା ଦ୍ୱାରା ଆଦିବାସୀ ସମାଜକୁ ଅସମ୍ମାନିତ କରାଯାଉଥିବା ଅଭିଯୋଗ ହୋଇଛି। କାର୍ଯ୍ୟାନୁଷ୍ଠାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲା ଭୂମିଆ ଯୁବ ସମାଜ ସଭାପତି ନରେନ୍ଦ୍ର କାନ୍ଦଲିଆ।

ସେପଟେ ଏପରି ଘଟଣାକୁ ନିନ୍ଦା କରିଛନ୍ତି ଓଡ଼ିଶା ତଥା କୋରାପୁଟ ଜିଲ୍ଲାର ଗୌରବ ତଥା ବିଶିଷ୍ଟ ବୁଣାକାର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗୋବର୍ଦ୍ଧନ ପାନିକା।

ତେବେ ଏ ସମସ୍ତ ଦିଗକୁ ତଦନ୍ତ କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି।

[caption id="attachment_763506" align="aligncenter" width="650"] ଅବିଭକ୍ତ କୋରାପୁଟ ଜିଲ୍ଲା ଭୂମିଆ ସମାଜ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ଦିଆଯାଉଛି।[/caption]

ସୂଚନା ଥାଉକି, ଗତ ୧୫ଦିନ ତଳେ ଗୁରୁତର ଅସୁସ୍ଥ ହୋଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ କମଳା ପୂଜାରୀ। ସେଠାରେ ଗୁରୁତର ହେବାରୁ ସ୍ଵତନ୍ତ୍ର ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ୧୧ଜଣିଆ ଡ଼ାକ୍ତର ଦଳ ତାଙ୍କର ସ୍ୱତନ୍ତ୍ର ଚିକିତ୍ସା କରିଥିଲେ। ଗତ ସୋମବାର ସେ ଡିସଚାର୍ଜ ହୋଇଥିଲେ। ଏବେ ସେ ତାଙ୍କ ଘର ଜୟପୁର ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଘରେ ବିଶ୍ରାମ କରୁଛନ୍ତି। ଏହି ସମୟରେ ତାଙ୍କୁ ଏସସିବିରେ ଚିକିତ୍ସା ବେଳେ ସମାଜସେବୀ ମମତା ବେହେରା ଜୋରଜବରଦସ୍ତ ଶଯ୍ୟାରୁ ଉଠାଇ ନଚାଇଥିଲେ ଏବଂ ଏହାର ଭିଡ଼ିଓ କରିଥିଲେ। ଯାହା ଏବେ ଭାଇରାଲ ହେବା ପରେ ବିବାଦ ଓ ଅଭିଯୋଗର ସ୍ୱର ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story