Advertisment

ରୋହନ ଶ୍ରେଷ୍ଠଙ୍କୁ ବାହା ହେବେ ଶ୍ରଦ୍ଧା !

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ଷ୍ଟ୍ରୀଟ୍ ଡ୍ୟାନ୍ସର ଥ୍ରୀଡି’। ଏଥିରେ ତାଙ୍କ ସହିତ ଅଛନ୍ତି ବରୁଣ ଧବନ। ଫିଲ୍ମଟି ବକ୍ସ ଅଫିସ୍‌ରେ ଧମାକା କରିପାରୁଛି ନା ନାହିଁ, ତାହା ତ ଆଉ ଦୁଇ ତିନି ଦିନ ପରେ ଜଣାପଡ଼ିଯିବ। ତେବେ ତା’ପୂର୍ବରୁ ଏକ ଖବର ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କୁହାଯାଉଛି, ଶ୍ରଦ୍ଧା ବାହା ହେବେ। ସେ ଫଟୋଗ୍ରାଫର ରୋହନ ଶ୍ରେଷ୍ଠଙ୍କୁ ବାହା ହେବେ ବୋଲି ଖବର ବ୍ୟାପୀ […]

author-image
Puspanjali Panda
ଅଦ୍ୟତନ ହୋଇଛି
ରୋହନ ଶ୍ରେଷ୍ଠଙ୍କୁ ବାହା ହେବେ ଶ୍ରଦ୍ଧା !

s222

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ଷ୍ଟ୍ରୀଟ୍ ଡ୍ୟାନ୍ସର ଥ୍ରୀଡି’। ଏଥିରେ ତାଙ୍କ ସହିତ ଅଛନ୍ତି ବରୁଣ ଧବନ। ଫିଲ୍ମଟି ବକ୍ସ ଅଫିସ୍‌ରେ ଧମାକା କରିପାରୁଛି ନା ନାହିଁ, ତାହା ତ ଆଉ ଦୁଇ ତିନି ଦିନ ପରେ ଜଣାପଡ଼ିଯିବ। ତେବେ ତା’ପୂର୍ବରୁ ଏକ ଖବର ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କୁହାଯାଉଛି, ଶ୍ରଦ୍ଧା ବାହା ହେବେ। ସେ ଫଟୋଗ୍ରାଫର ରୋହନ ଶ୍ରେଷ୍ଠଙ୍କୁ ବାହା ହେବେ ବୋଲି ଖବର ବ୍ୟାପୀ ଯାଇଛି। ତେବେ ତାଙ୍କ ବାପା ଶକ୍ତି କପୁର ଏହି ଖବରକୁ ଖଣ୍ଡନ କରିଛନ୍ତି ଓ ଏହା ଉଡ଼ା ଖବର ବୋଲି କହିଛନ୍ତି। ସେହିଭଳି ଏ ପ୍ରସଙ୍ଗରେ ଶ୍ରଦ୍ଧାଙ୍କ ପ୍ରତିକ୍ରିୟା ମଧ୍ୟ ଆସି ଯାଇଛି।

Advertisment

publive-image

ଏକ ଇଂରାଜୀ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି,“ଏ ସବୁ ବିଷୟରେ ଚିନ୍ତା କରିବା ପାଇଁ ଏବେ ମୋ ପାଖରେ ଆଦୌ ସମୟ ନାହିଁ। ଏବେ ମୁଁ କେବଳ ଫିଲ୍ମ ଉପରେ ଫୋକସ୍ କରୁଛି। ଯେଉଁ ଖବର ଆପଣମାନେ ଶୁଣୁଛନ୍ତି ସେଥିରେ କିଛି ସତ୍ୟତା ନାହିଁ।”

ସୂଚନାଯୋଗ୍ୟ, ଏହା ପୂର୍ବରୁ ଅନେକ ଷ୍ଟାରଙ୍କ ସହିତ ଶ୍ରଦ୍ଧାଙ୍କ ନାଁକୁ ଯୋଡ଼ା ଯାଇଛି। ‘ଆଶିକ ୨’ ଫିଲ୍ମ ଆସିବା ବେଳେ ଆଦିତ୍ୟ ରୟ କପୁରଙ୍କ ନାଁ ସହିତ ତାଙ୍କୁ ଯୋଡ଼ା ଯାଇଥିଲା। ତେବେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସେମିତି କିଛି ନଥିଲା ବୋଲି ଜଣାପଡ଼ିଥିଲା। ସେହିପରି ଫରହାନ୍ ଅଖତରଙ୍କ ସହିତ ବି ତାଙ୍କ ନାଁ ଯୋଡ଼ା ହୋଇଥିଲା। ଶ୍ରଦ୍ଧା ତାଙ୍କ ସହିତ ରହୁଥିଲେ ବୋଲି ପ୍ରଚାର ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ସେମାନଙ୍କ ବିଷୟରେ ଆଉ କିଛି ଶୁଣିବାକୁ ମିଳି ନଥିଲା।

Advertisment