Advertisment

ସୁଧିର ଟୁଡୁଙ୍କୁ ଦିଆଗଲା ଶୌର୍ଯ୍ୟ ଚକ୍ର

ବାରିପଦା (ମାନିକ୍ ଲାଲ୍ ପାଣି): ମୟୁରଭଞ୍ଜ ଜିଲ୍ଲାର ସୁଧିର ଟୁଡୁ। ନକ୍ସଲ ଦମନ କାର୍ଯ୍ୟକ୍ରମରେ ସହିଦ୍ ହୋଇଥିବା ସୁଧୀରଙ୍କୁ ଆଜି ୭୫ତମ ସ୍ୱାଧୀନତା ଦିବସ ଅବସରରେ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି। ଯାହାକୁ ନେଇ ତାଙ୍କ ପରିବାର ଓ ସାଙ୍ଗସାଥୀ ସମସ୍ତେ ଗର୍ବିତ। ଏବେ ବି ଝୁରୁଛି ତାଙ୍କ ଜନ୍ମ ମାଟି ଏବଂ ଗାଁ ସାଙ୍ଗ ସାଥି। ଗତ ବର୍ଷ ସେପ୍ଟେମ୍ବର ୫ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ସୁଧିର ଟୁଡୁ ନକ୍ସଲଙ୍କ ସହ ସଂଘର୍ଷରେ […]

ଅଦ୍ୟତନ ହୋଇଛି
ସୁଧିର ଟୁଡୁଙ୍କୁ ଦିଆଗଲା ଶୌର୍ଯ୍ୟ ଚକ୍ର

shaurya-chakra

Advertisment

ବାରିପଦା (ମାନିକ୍ ଲାଲ୍ ପାଣି): ମୟୁରଭଞ୍ଜ ଜିଲ୍ଲାର ସୁଧିର ଟୁଡୁ। ନକ୍ସଲ ଦମନ କାର୍ଯ୍ୟକ୍ରମରେ ସହିଦ୍ ହୋଇଥିବା ସୁଧୀରଙ୍କୁ ଆଜି ୭୫ତମ ସ୍ୱାଧୀନତା ଦିବସ ଅବସରରେ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି। ଯାହାକୁ ନେଇ ତାଙ୍କ ପରିବାର ଓ ସାଙ୍ଗସାଥୀ ସମସ୍ତେ ଗର୍ବିତ। ଏବେ ବି ଝୁରୁଛି ତାଙ୍କ ଜନ୍ମ ମାଟି ଏବଂ ଗାଁ ସାଙ୍ଗ ସାଥି।

Advertisment

ଗତ ବର୍ଷ ସେପ୍ଟେମ୍ବର ୫ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ସୁଧିର ଟୁଡୁ ନକ୍ସଲଙ୍କ ସହ ସଂଘର୍ଷରେ ସହିଦ୍ ହୋଇଥିଲେ। ଖବର ବିଜୁଳି ବେଗରେ ସବୁଆଡେ ମାତି ଗଲା। ଆଉ ସକାଳୁ ସକାଳୁ ସହିଦ୍ ସୁଧିର ଟୁଡୁଙ୍କ ମର ଶରୀର ପହଞ୍ଚିଲା ନିଜ ଜନ୍ମ ମାଟିରେ। ହଜାର ହଜାର ଲୋକଙ୍କ ଭିଡ଼ ଜମିଲା। ଗାଁ ଦାଣ୍ଡରେ ସହିଦ୍ ମରଶରୀରକୁ ବିଶାଳ ଶୋଭାଯାତ୍ରାରେ ନେଇ ଶେଷ କୃତ୍ୟ ସଂପନ୍ନ କରାଗଲା।

ଶୁଳିଆପଦା ବ୍ଲକର ସାନ ଗାଁ ଏବେ ସହିଦଙ୍କ ଗାଁ ବୋଲି ପରିଚୟ ପାଇଲା। ଏଇ ଭିତରେ ବର୍ଷେ ଗୋଟିଏ ପୁରିବାକୁ ଯାଉଛି। ଗାଁ ମାଟି ସାଙ୍ଗ ସାଥି କେହି ବି ଭୁଲି ନାହାନ୍ତି ସହିଦ୍ ସୁଧିର ଟୁଡୁଙ୍କୁ। ସହିଦ୍ ସୁଧିର ଟୁଡୁଙ୍କ ବଳିଦାନ ଯୋଗୁଁ ତାଙ୍କ ନାମରେ ସରକାର ଘୋଷଣା କରିଛନ୍ତି ଶୌର୍ଯ୍ୟ ଚକ୍ର। ଏହି ଘୋଷଣା ପରେ ସହୀଦ ସୁଧିର ଟୁଡୁଙ୍କ ଘରକୁ ଲମ୍ବିଛି ଶୁଭେଚ୍ଛାର ବାର୍ତ୍ତା। ଗାଁ ମାଟି ସାଙ୍ଗ ସାଥି କେହି ବି ଭୁଲି ନାହାଁନ୍ତି ସହିଦ୍ ସୁଧିର ଟୁଡୁଙ୍କୁ। ସୁଧିର ଆମ ମାନଙ୍କ ଗହଣରେ ନାହାନ୍ତି ସତ ହେଲେ ଏବେ ବି ଝୁରୁଛି ଗାଁ ଆଉ ପରିବାର ଲୋକ। ଆଜି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପୁଲିସ, ପୁଲିସ ପ୍ରଶାସନ ମଧ୍ୟ ସହିଦଙ୍କ ମା'ଙ୍କୁ ସମ୍ମାନିତ କରିଛନ୍ତି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ତରଫରୁ ଆର୍ଥିକ ଘୋଷଣା କରାଯାଇଛି।

Advertisment

ସୂଚନାଯୋଗ୍ୟ, ୨୦୨୦ ସେପ୍ଟେମ୍ୱର ୯ ତାରିଖରେ କଳାହାଣ୍ଡି ଜିଲ୍ଲା ସିକ୍ରି ଗାଁ ନିକଟ ଜଙ୍ଗଲରେ ନକ୍ସଲଙ୍କ ସହ ସଂଘର୍ଷ ବେଳେ ଦୁଇ ଯବାନ ଅନନ୍ୟ ସାହସିକତାର ପରିଚୟ ଦେଇଥିଲେ। ଘଞ୍ଚ ଜଙ୍ଗଲରେ ନକ୍ସଲ ବିରୋଧୀ ଲଢେଇ ବେଳେ ଉଭୟ ଦେଶପାଇଁ ପ୍ରାଣବଳି ଦେଇଥିଲେ। ଏହି ଅବସରରେ ଉଭୟ ସୁଧୀର ଓ ଦେବାଶିଷ ସେମାନଙ୍କ ବୀରତ୍ୱ ପାଇଁ ଓଡ଼ିଶା ପୁଲିସର ଗର୍ବ ଓ ଗୌରବ ହୋଇ ରହିବେ ବୋଲି ପୁଲିସ ଡିଜି ଅଭୟ କହିଛନ୍ତି। ସେପଟେ ଓଡ଼ିଶା ପୁଲିସକୁ ଏଥର ପ୍ରଥମ ଥର ପାଇଁ ଶୌର୍ଯ୍ୟଚକ୍ର ସମ୍ମାନ କରାଯାଉଥିବାରୁ ଏହା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe