Advertisment

ସୁପ୍ରିମକୋର୍ଟରେ ବିହାର ଜାତିଭିତ୍ତିକ ଜନଗଣନା ମାମଲା

ପାଟନା : ବିହାରରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବା ପରେ ତାକୁ ନେଇ ବିବାଦ ଆରମ୍ଭ ହୋଇଛି। ଜାତିଭିତ୍ତିକ ଜନଗଣନା ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ବିହାର ସରକାରଙ୍କ ବିଜ୍ଞପ୍ତିକୁ ଆହ୍ୱାନ ଦିଆଯାଇଥିବା ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଜାନୁଆରୀ ୧୩ ରେ ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିହାର ସରକାରଙ୍କ କାର୍ୟ୍ୟସୂଚୀରେ ଜାତିଭିତ୍ତିକ ଗଣନା ଅନ୍ତର୍ଭୂକ୍ତ କରାଯାଇଛି। […]

ସୁପ୍ରିମକୋର୍ଟରେ ବିହାର ଜାତିଭିତ୍ତିକ ଜନଗଣନା ମାମଲା

supreme court

Advertisment

ପାଟନା : ବିହାରରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବା ପରେ ତାକୁ ନେଇ ବିବାଦ ଆରମ୍ଭ ହୋଇଛି। ଜାତିଭିତ୍ତିକ ଜନଗଣନା ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ବିହାର ସରକାରଙ୍କ ବିଜ୍ଞପ୍ତିକୁ ଆହ୍ୱାନ ଦିଆଯାଇଥିବା ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଜାନୁଆରୀ ୧୩ ରେ ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ବିହାର ସରକାରଙ୍କ କାର୍ୟ୍ୟସୂଚୀରେ ଜାତିଭିତ୍ତିକ ଗଣନା ଅନ୍ତର୍ଭୂକ୍ତ କରାଯାଇଛି। ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ବିହାର ସରକାରଙ୍କ ଜାନୁଆରୀ ୬, ୨୦୨୨ ତାରିଖର ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ସାମାଜିକ କାର୍ୟ୍ୟକର୍ତ୍ତା ଅଖିଳେଶ କୁମାର ଓକିଲ ବରୁଣ କୁମାର ସିହ୍ନା ଏବଂ ଅଭିଷେକଙ୍କ ମାଧ୍ୟମରେ ଏହି ଆବେଦନ କରିଥିଲେ।
ସୂଚନାନୁଯାୟୀ, ଆବେଦନକାରୀ ଦର୍ଶାଇଛନ୍ତି ଯେ, ବିହାରରେ ୨୦୦ ରୁ ଅଧିକ ଜାତି ଅଛନ୍ତି ଏବଂ ସେହି ସମସ୍ତ ଜାତି ସାଧାରଣ ବର୍ଗ, ଓବିସି, ଇବିସି, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିରେ ବିଭକ୍ତ। ଆବେଦନ ଅନୁଯାୟୀ, ବିହାର ରାଜ୍ୟରେ ୧୧୩ ଜାତି ଅଛନ୍ତି, ଯାହା ଓବିସି ଏବଂ ଇବିସି ଭାବରେ ଜଣାଶୁଣା, ଆଠଟି ଜାତି ଉପର ଜାତି ବର୍ଗରେ ଅନ୍ତର୍ଭୁକ୍ତ। ପ୍ରାୟ ୨୨ ଉପ-ଜାତି ଅନୁସୂଚିତ ବର୍ଗରେ ଅନ୍ତର୍ଭୁକ୍ତ ଏବଂ ୨୯ ଟି ଅନୁସୂଚିତ ଜାତି ଅଟେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe