Advertisment

ସବୁପ୍ରକାର କ୍ରିକେଟରୁ ଅବସର ନେଲେ ରବିନ୍ ଉତ୍ଥାପା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଟି-20 ବିଶ୍ୱକପ ହିରୋ ରବିନ୍ ଉତ୍ଥାପା ଆଜି ସବୁ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ନେଛନ୍ତି। ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ହିରୋ ସାଜିଥିଲେ ରବିନ୍। ଉଦ୍‌ଘାଟନୀ ମ୍ୟାଚରେ  ପାକିସ୍ତାନ ବିପକ୍ଷରେ ରବିନ୍‌ଙ୍କ ଧୂଆଁଦାର ପ୍ରଦର୍ଶନ  ସମସ୍ତଙ୍କୁ ବିଷ୍ମିତ କରିଥିଲା।  ସେଦିନର  ଚମତ୍କାର ପ୍ରଦର୍ଶନ ତାଙ୍କୁ ଘରେ ଘରେ ପରିଚିତ କରିପାରିଥିଲା। ଆଜି ସେ ତାଙ୍କର ଅବସ ଟ୍ୱିଟରେ ଘୋଷଣା କରିଛନ୍ତି। । ଏକ ଇମୋଶନାଲ ନୋଟ୍‌ ମାଧ୍ୟମରେ ରବିନ୍ ଲେଖିଛନ୍ତି ଯେ, ଦେଶ […]

ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି: ମହାରାଷ୍ଟ୍ର ଓ କର୍ଣ୍ଣାଟକ ବିଜୟୀ

rabin uttappa

Advertisment

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଟି-20 ବିଶ୍ୱକପ ହିରୋ ରବିନ୍ ଉତ୍ଥାପା ଆଜି ସବୁ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ନେଛନ୍ତି। ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ହିରୋ ସାଜିଥିଲେ ରବିନ୍। ଉଦ୍‌ଘାଟନୀ ମ୍ୟାଚରେ  ପାକିସ୍ତାନ ବିପକ୍ଷରେ ରବିନ୍‌ଙ୍କ ଧୂଆଁଦାର ପ୍ରଦର୍ଶନ  ସମସ୍ତଙ୍କୁ ବିଷ୍ମିତ କରିଥିଲା।  ସେଦିନର  ଚମତ୍କାର ପ୍ରଦର୍ଶନ ତାଙ୍କୁ ଘରେ ଘରେ ପରିଚିତ କରିପାରିଥିଲା।

Advertisment

ଆଜି ସେ ତାଙ୍କର ଅବସ ଟ୍ୱିଟରେ ଘୋଷଣା କରିଛନ୍ତି। । ଏକ ଇମୋଶନାଲ ନୋଟ୍‌ ମାଧ୍ୟମରେ ରବିନ୍ ଲେଖିଛନ୍ତି ଯେ, ଦେଶ ପାଇଁ    କର୍ଣ୍ଣାଟକରୁ  ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠାରୁ ଗୌରବର ବିଷୟ। ତଥାପି ସମସ୍ତ ଭଲ ଜିନିଷର ଏକ ଅନ୍ତ ଘଟିବା ଆବଶ୍ୟକ ।  ମୁଁ କୃତଜ୍ଞତାର ସହ ମୁଁ ସମସ୍ତ ପ୍ରକାର ଭାରତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଉଛି। ଏହା ସହିତ ସେ ବିସିସିଆଇ ସଭାପତି ଓ ଅନ୍ୟ କର୍ମକର୍ତ୍ତା, ନିଜର ପୂର୍ବତନ ଟିମମେଟ୍, ସେ ଖେଳିଥିବା ଆଇପିଏଲ ଫ୍ରାଞ୍ଚାଇଜି, ନିଜର ପରିବାର ସଦସ୍ୟ, କର୍ଣ୍ଣାଟକ, ସୌରାଷ୍ଟ୍ର ଓ କେରଳ କ୍ରିକେଟ ଆସୋସିଏସନକୁ କୃତଜ୍ଞତା ଜଣାଇଛନ୍ତି ।

ଆଇପିଲରେ ଜଣେ ଆଗଧାଡ଼ିର ଚେହେରା ଥିଲେ ଉତ୍ଥାପା। କ୍ରିକେଟ ଜଗତର ଏହି ଫଟାଫଟ ମ୍ୟାଚରେ ଉତ୍ଥାପାଙ୍କ ଯାଦୁ ଅତି ଦମଦାର ଥିଲା। ତାଙ୍କ ଖେଳ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିପାରିଥିଲା । ୨୦୧୪ ଆଇପିଏଲ ମ୍ୟାଚରେ କୋଲକାତା ନାଇଟତତ ରାଇଡର୍ସ ପକ୍ଷରୁ ଖେଲୁଥିବା ରବିନ ସିରିଗରେ ମୋଟ ୬୬୦ ରନ୍‌ କରିଥିଲେ। ତାଙ୍କ ଷ୍ଟ୍ରାଇକରେଟ୍‌ ଥିଲା ୧୩୮। ରବିନ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ୪୬ଟି ଦିନିକିଆ ମ୍ୟାଚ ଖେଳି ମୋଟ ୯୩୪ ରନ କରିଛନ୍ତି । ଏହା ସହିତ ସେ ୧୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ମୂହୂର୍ତ୍ତ ଥିଲା  ୨୦୦୭ ରେ ବିଶ୍ବ ଟି-୨୦ ଚାମ୍ପିଅନ ହୋଇଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe