ମିଶନ ଶକ୍ତି ପାଇଁ ରାଡାରରେ ସବୁ ବିଭାଗ, ସଚିବମାନଙ୍କ ଅଡ଼ୁଆ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘ମିଶନ ଶକ୍ତି ବିଭାଗ’ ପାଇଁ ଆଜି ଅନ୍ୟ ସବୁ ବିଭାଗର ସଚିବମାନଙ୍କ ନିଦ ହଜିଯାଇଛି। ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଗୁଡ଼ିକୁ କେଉଁ ସରକାରୀ ବିଭାଗ କେତେ ଟଙ୍କାର କାମ ଦେଇଛିି ଓ ଆଗକୁ କେତେ ଟଙ୍କାର କାର୍ଯ୍ୟାଦେଶ ଦେବାକୁ ଲକ୍ଷ୍ୟ ରଖିଛିି ତା’ର ବିସ୍ତୃତ ତଥ୍ୟ ସହ ଆକ୍ସନ୍ ପ୍ଲାନ୍ ଦେବାକୁ ସବୁ ବିଭାଗର ସଚିବମାନଙ୍କୁ ଆଜି ନିର୍ଦ୍ଦେଶ ଦିଆଯାଇଛି ତଥା ମୁଖ୍ୟ ସଚିବ ଆସନ୍ତାକାଲି ଏସବୁର ସମୀକ୍ଷା କରିବେ […]

mission-shakti

mission-shakti

Ordigital Desk
  • Published: Monday, 26 July 2021
  • Updated: 26 July 2021, 10:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘ମିଶନ ଶକ୍ତି ବିଭାଗ’ ପାଇଁ ଆଜି ଅନ୍ୟ ସବୁ ବିଭାଗର ସଚିବମାନଙ୍କ ନିଦ ହଜିଯାଇଛି। ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଗୁଡ଼ିକୁ କେଉଁ ସରକାରୀ ବିଭାଗ କେତେ ଟଙ୍କାର କାମ ଦେଇଛିି ଓ ଆଗକୁ କେତେ ଟଙ୍କାର କାର୍ଯ୍ୟାଦେଶ ଦେବାକୁ ଲକ୍ଷ୍ୟ ରଖିଛିି ତା’ର ବିସ୍ତୃତ ତଥ୍ୟ ସହ ଆକ୍ସନ୍ ପ୍ଲାନ୍ ଦେବାକୁ ସବୁ ବିଭାଗର ସଚିବମାନଙ୍କୁ ଆଜି ନିର୍ଦ୍ଦେଶ ଦିଆଯାଇଛି ତଥା ମୁଖ୍ୟ ସଚିବ ଆସନ୍ତାକାଲି ଏସବୁର ସମୀକ୍ଷା କରିବେ ବୋଲି କୁହାଯିବା ପରେ ବିଭାଗଗୁଡ଼ିକ ଅଡ଼ୁଆରେ ପଡ଼ିଛନ୍ତି। ଆସନ୍ତାକାଲି ମୁଖ୍ୟ ସଚିବଙ୍କ ଏଭଳି ଅଚାନକ ସମୀକ୍ଷା ବୈଠକରେ ତଥ୍ୟ ସହ ଉପସ୍ଥିତ ରହିବାକୁ ସଚିବମାନଙ୍କୁ ତାଗିଦ୍ ମଧ୍ୟ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଆସନ୍ତାକାଲି ଅପରାହ୍ନ ୫ଟାରେ ଭର୍ଚୁଆଲ ପ୍ଲାଟଫର୍ମରେ ସବୁ ବିଭାଗର ସଚିବମାନଙ୍କ  ସହ ସମୀକ୍ଷା ବୈଠକ କରିବେ। ଏହି ବୈଠକରେ କେବଳ ମହିଳା ଏସଏଚଜିଗୁଡ଼ିକୁ କେତେ ଟଙ୍କାର ବ୍ୟବସାୟ ବିଭାଗଗୁଡ଼ିକ ଦେଇଛନ୍ତି ତା’ଉପରେ ବିସ୍ତୃତ ଆଲୋଚନା ହେବା ସହ ଭବିଷ୍ୟତ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ବିଭାଗଗୁଡ଼ିକ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା କେତେ ଟଙ୍କାର ବ୍ୟବସାୟ ମହିଳା ଏସଏଚଜିଙ୍କୁ ଦେଇଛନ୍ତି ଓ ଆଉ କ’ଣ ଆକ୍ସନପ୍ଲାନ୍ ପ୍ରସ୍ତୁତ କରିଛନ୍ତି ତାହା ପ୍ରସ୍ତୁତ ରଖି ଆସନ୍ତାକାଲିର ବୈଠକରେ ଉପସ୍ଥାପନ କରିବାକୁ ସମସ୍ତ ବିଭାଗୀୟ ସଚିବଙ୍କୁ ଆଜି ତାଗିଦ୍ କରାଯାଇଛି। ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ସଚିବ ଡିକେ ଜେନା ଏନେଇ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବ, ସ୍ୱତନ୍ତ୍ର ସଚିବ ଓ ରିଲିଫ କମିଶନରଙ୍କୁ ଚିଠି ଲେଖି ସୋମବାର(ଆଜି) ଅବଗତ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପରେ ମହିଳା ଏସଏଚଜିଗୁଡ଼ିକ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ୫ବର୍ଷରେ ୫ହଜାର କୋଟି ଟଙ୍କା ବ୍ୟବସାୟିକ କାରବାର କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ତେବେ ଗତ ଦୁଇବର୍ଷ ମଧ୍ୟରେ ମିଶନ ଶକ୍ତିର ମହିଳା ଏସଏଚଜିଗୁଡ଼ିକଠୁ ୨୮୦୦କୋଟି ଟଙ୍କାର ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରାଯାଇଛି ବୋଲି ମିଶନ ଶକ୍ତି ବିଭାଗ ସୂଚନା ଦେଇଛି। ମହିଳା ଏସଏଚଜିଗୁଡ଼ିକ ସହ ଆର୍ଥିକ କାରବାର ପାଇଁ ଧାର୍ଯ୍ୟ ଲକ୍ଷ୍ୟକୁ ବେଶ୍ ଅଧିକ ଗତ ଦୁଇବର୍ଷରେ ହୋଇସାରିଛି। ନିକଟରେ ଏହି ମହିଳା ଏସଏଚଜିଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ୍ ସହାୟତା ପ୍ୟାକେଜ୍ ଘୋଷଣା କରିଥିଲେ। ତଥାପି ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏସଏଚଜିଗୁଡ଼ିକ ମାଧ୍ୟମରେ ୭୦ଲକ୍ଷ ମହିଳା ଭୋଟକୁ ହାତେଇବା ପାଇଁ ‘ମିଶନ ଶକ୍ତିର ମହିଳା ଏସଏଚଜିଗୁଡ଼ିକ’ ସହ ଅଧିକରୁ ଅଧିକ ସରକାରୀ ଆର୍ଥିକ କାରବାରକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story