Advertisment

ବୃତ୍ତିଗତ ସେବା ଛାଡି ଦେଶ ସେବାକୁ ପାଦ ବଢାଇଲେ ଏମାନେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନେତା ହେବାର ମୋହ, କ୍ଷମତାକୁ ହାତ ମୁଠାରେ ରଖିବାର ଲୋଭ ଭିନ୍ନ ପ୍ରକାରର। ସେଥିପାଇଁ ୨୦୧୯ ନିର୍ବାଚନ ଅନେକ ଡାକ୍ତର, ଇଞ୍ଜିନିୟରଙ୍କୁ ଟାଣି ଆଣିଛି ରାଜନୀତିର ମଇଦାନକୁ। କିଏ ଚାକିରି ଛାଡି ଆସିଛି ତ କିଏ ଅବସର ନେବା ପରେ। ଆସନ୍ତୁ ଏମାନଙ୍କ ଉପରେ ନଜର ପକାଇବା। ସୁନ୍ଦରଗଡ଼ ଲୋକସଭା ଆସନର ସାଂସଦ ପ୍ରାର୍ଥୀ ଜୁଏଲ ଓରାମ। ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ୧୯୮୨ରେ ସେ ଗୋପବନ୍ଧୁ ଇନ୍‌ଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂରୁ ଡିପ୍ଲୋମା କରିଛନ୍ତି। ବୀରମିତ୍ରପୁର ବିଧାନସଭା […]

ବୃତ୍ତିଗତ ସେବା ଛାଡି ଦେଶ ସେବାକୁ ପାଦ ବଢାଇଲେ ଏମାନେ

gy

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନେତା ହେବାର ମୋହ, କ୍ଷମତାକୁ ହାତ ମୁଠାରେ ରଖିବାର ଲୋଭ ଭିନ୍ନ ପ୍ରକାରର। ସେଥିପାଇଁ ୨୦୧୯ ନିର୍ବାଚନ ଅନେକ ଡାକ୍ତର, ଇଞ୍ଜିନିୟରଙ୍କୁ ଟାଣି ଆଣିଛି ରାଜନୀତିର ମଇଦାନକୁ। କିଏ ଚାକିରି ଛାଡି ଆସିଛି ତ କିଏ ଅବସର ନେବା ପରେ। ଆସନ୍ତୁ ଏମାନଙ୍କ ଉପରେ ନଜର ପକାଇବା।

Advertisment

ସୁନ୍ଦରଗଡ଼ ଲୋକସଭା ଆସନର ସାଂସଦ ପ୍ରାର୍ଥୀ ଜୁଏଲ ଓରାମ। ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ୧୯୮୨ରେ ସେ ଗୋପବନ୍ଧୁ ଇନ୍‌ଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂରୁ ଡିପ୍ଲୋମା କରିଛନ୍ତି। ବୀରମିତ୍ରପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଶଙ୍କର ଓରାମ। କଟକ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂରୁ ସିଭିଲରେ ଡିପ୍ଲୋମା କରିଛନ୍ତି। ରାଜଗାଙ୍ଗପୁର ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଡକ୍ଟର ରାଜେନ ଏକ୍କା ଜଣେ ଡାକ୍ତର। ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ପାସ୍‌ କରି ଡାକ୍ତର ଥିଲେ। ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ସେ ନିର୍ବାଚନ ମଇଦାନକୁ ଡେଇଁଛନ୍ତି।

ରାଉରକେଲା ବିଧାନସଭା ଆସନର ପୁରୁଖା ନେତା ସାରଦା ପ୍ରସାଦ ନାଏକ ଜଣେ ଡପ୍ଲୋମା ଇଞ୍ଜିନିୟର। ୧୯୮୦ରେ ୟୁଜିଆଇଅଇରୁ ସେ ଇଲେକ୍ଟ୍ରିକାଲ ଇଞ୍ଜନିୟରିଂରେ ଡିପ୍ଲୋମା କରିଛନ୍ତି। ସେହିପରି ରଘୁନାଥପାଲି ବିଧାୟକ ପ୍ରାର୍ଥୀ ସୁବ୍ରତ ତରାଇ ଜଣେ କୃଷି ବିଜ୍ଞାନୀ। ସେ ଭୁବେନଶ୍ୱର ଓୟୁଏଟିରୁ ଏମ୍‌.ଏସ୍‌.ଇ.(ଏଗ୍ରିକଲ୍‌ଚର) ପାସ୍‌ କରିଛନ୍ତି।

Advertisment

ସମ୍ବଲପୁର ଲୋକସଭା ଆସନର ସାସଂଦ ପ୍ରାର୍ଥୀ ନଳୀନି ପ୍ରଧାନ ଜଣେ ସିଭିଲ୍‌ ଇଞ୍ଜିନିୟର। ସେ ବୁର୍ଲା ଇଞ୍ଜିନିୟରିଂ କଲେଜରୁ ଇଞ୍ଜିନିୟରିଂ କରିଛନ୍ତି। ସେହିପରି ରେଙ୍ଗାଲି ବିଧାନସଭା ଆସନର ରୀନା ତନ୍ତୀ ମଧ୍ୟ ଜଣେ ଇଞ୍ଜିନିୟର। ୨୦୦୪ରେ ଭୁବେନଶ୍ୱର କୃପାଜଳ ଇଞ୍ଜିନିୟରିଂ କଲେଜରୁ ବି.ଟେକ୍‌ କରିଛନ୍ତି। ସମ୍ବଲପୁର ବିଧାନସଭା ଆସନରୁ ଲଢୁଛନ୍ତି ରାସେଶ୍ୱରୀ ଦେବୀ। ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ।

୨୦୧୪ରୁ ସେ ନିର୍ବାଚନ ମଇଦାନକୁ ଡ଼େଇଁଛନ୍ତି। ପ୍ରଥମଥର ପାଇଁ ସେ ବିଜେଡି ଟିକଟରୁ ଲଢି ଜିତିଥିଲେ। ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ଅଶ୍ୱିନୀ ପୂଜାହାରୀ ଜଣେ ସର୍ଜରୀ ସ୍ପେସାଲିଷ୍ଟ । ଏହି ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ପ୍ରଜ୍ଞା ପଟ୍ଟନାୟକ ଜଣେ ସପ୍ଟଓୟାର ଇଞ୍ଜିନିୟର। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଅଫ କମ୍ପ୍ୟୁଟର ଆପ୍ଲିକେସନ ୨୦୦୭ରେ ଶେଷ କରିଥିଲେ। ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ଜଣେ ମେକାନିକାଲ ଇଞ୍ଜିନିୟର। ସେ ରାଞ୍ଚି ସ୍ଥିତ ବିର୍ଲା ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜିରୁ ୧୯୯୬ରେ ପାସ କରିଥିଲେ।

ପୁରୀ ଲୋକସଭା ଆସନର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଜଣେ ଡାକ୍ତର । ସର୍ଜରୀ ସ୍ପେସାଲିଷ୍ଟ। ପ୍ରଥର କରି ସେ ଏଥର ଏହି ଆସନରୁ ଲଢୁଛନ୍ତି।

କଟକ ଲୋକସଭା ଆସନ ଅଧୀନ ନିଆଳି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ପ୍ରମୋଦ ମଲ୍ଲିକ ଜଣେ ସର୍ଜରୀ ସ୍ପେସାଲିଷ୍ଟ। ସେହିପରି ଏହି ଆସନରୁ ଭାଜପା ପ୍ରାର୍ଥୀ ହୋଇଥିବା ଛବି ମଲ୍ଲିକ ମଧ୍ୟ ଜଣେ ଇଞ୍ଜିନିୟର। ଭଦ୍ରକ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ମଧୁମିତା ସେଠି ଜଣେ ସପ୍ଟଓୟାର ଇଞ୍ଜିନିୟର। ଭଦ୍ରକ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ପ୍ରଦୀପ ନାୟକ ଜଣେ ଡାକ୍ତର । କଟକ ଏସସିବି ମେଡିକାଲ କଲେଜରେ ମେଡିକାଲ କରୁଥିଲେ।

ମୟୂରଭଞ୍ଜ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଦେବାଶୀଷ ମାରାଣ୍ଡି ଜଣେ ଡାକ୍ତର। ମୟୂରଭଞ୍ଜ ଲୋକସଭା ଆସନ ଅଧୀନରେ ଥିବା ସାରସକଣା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁ ମଧ୍ୟ ଜଣେ ଡାକ୍ତର। ମୟୂରଭଞ୍ଜର ଭାଲୁକି ଡାକ୍ତରଖାନାରେ ସେ ଡାକ୍ତର ଥିଲେ। ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ତଥା ଭେଟେରାନ ନେତା ଦାମୋଦର ରାଉତ ଜଣେ ପଶୁ ଡାକ୍ତର। ଜଗତ୍ସିଂପୁର ଲୋକସଭା ଆସନ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଜଣେ ଡାକ୍ତର। ସ୍ତ୍ରୀରୋଗ ବିଶେଷଜ୍ଞରୁ ଏବେ ରାଜନୀତି ମଇଦାନରେ। ବିଜେଡି ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe