Advertisment

ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ପୁଣି ଅଘଟଣ, ଦଳାଚକଟା ହୋଇ ୩ ମୃତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ପୁଣି ଅଘଟଣା।  ଆଜି ଚନ୍ଦ୍ରବାବୁଙ୍କ ସଭାରେ ଦଳାଚକଟା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ୪ ଦିନ ମଧ୍ୟରେ ଚନ୍ଦ୍ରବାବୁଙ୍କ କାର୍ଯ୍ୟକ୍ରମରେ ଏହା ହେଉଛି ଦ୍ୱିତୀୟ ଘଟଣା। ଆଜି ନୂଆ ବର୍ଷରେ ନାଇଡୁଙ୍କର ଏକ ବିଶାଳ ସମାବେଶର ଆୟୋଜନ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ। ତେବେ ଦଳାଚକଟା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକେ ଆହତ ହୋଇଛନ୍ତି। ୪ […]

author-image
Tapas Behera
ଅଦ୍ୟତନ ହୋଇଛି
ରାଲି ବେଳେ ଚନ୍ଦ୍ରବାବୁ ନାଇଡୁଙ୍କୁ ପଥର ମାଡ଼

Chandrababu-Naidu

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ପୁଣି ଅଘଟଣା।  ଆଜି ଚନ୍ଦ୍ରବାବୁଙ୍କ ସଭାରେ ଦଳାଚକଟା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ୪ ଦିନ ମଧ୍ୟରେ ଚନ୍ଦ୍ରବାବୁଙ୍କ କାର୍ଯ୍ୟକ୍ରମରେ ଏହା ହେଉଛି ଦ୍ୱିତୀୟ ଘଟଣା। ଆଜି ନୂଆ ବର୍ଷରେ ନାଇଡୁଙ୍କର ଏକ ବିଶାଳ ସମାବେଶର ଆୟୋଜନ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ। ତେବେ ଦଳାଚକଟା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକେ ଆହତ ହୋଇଛନ୍ତି। ୪ ଦିନ ପୂର୍ବେ କନ୍ଦୁକୁରରେ ତାଙ୍କ ରୋଡ୍‌ ଶୋ’ ବେଳେ ଦଳାଚକଟା ହୋଇଥିଲା। ବହୁ ଲୋକ ଏକ ଡ୍ରେନ୍‌କୁ ଖସିପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିଲେ।

Advertisment

୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରାବାବୁ ନାଇଡ଼ୁ ରାଜ୍ୟବ୍ୟାପୀ ‘ଇଦେମି ଖର୍ମା ମାନା ରାଷ୍ଟ୍ରନିକି’ (ଆମ ରାଜ୍ୟର ଭାଗ୍ୟ କାହିଁକି ଏପରି ହୋଇଛି) ଅଭିଯାନ ଚଳାଇଛନ୍ତି। ଏହି କ୍ରମରେ ସେ ବୁଧବାର ରାତିରେ ନେଲ୍ଲୋର ଜିଲା କନ୍ଦୁକୁର ସହରରେ ଏକ ସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ଥିଲା। ଚନ୍ଦ୍ରବାବୁଙ୍କ ଗାଡ଼ି ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚଥିବେଳକୁ ତାଙ୍କୁ ଦେଖିବା ପାଇଁ ବହୁ ସମର୍ଥକଙ୍କ ଭିଡ଼ ଜମିଥିଲା। ଦଳାଚକଟା ସ୍ଥିତି ଉପୁଜିବାରୁ ରୁଣ୍ଡ ହୋଇଥିବା ବହୁ ଲୋକ ନିକଟସ୍ଥ ଏକ ଖୋଲା ଡ୍ରେନେଜ୍‌ କେନାଲକୁ ଖସିପଡ଼ିଥିଲେ।

ଘଟଣାସ୍ଥଳରେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଚନ୍ଦ୍ରାବାବୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ।୨୦୧୯ ବିଧାନସଭା ନିର୍ବାଚନରେ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ମୁଖ୍ୟ ଜଗନ୍‌ମୋହନ ରେଡ୍ଡୀ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ଏହି ନିର୍ବାଚନରେ ଟିଡିପିକୁ ଶୋଚନୀୟ ପରାଜୟବରଣ କରିବାକୁ ପଡ଼ିଥିଲା। ତେବେ ଟିଡିପିର ବାର୍ଷିକ ସମାବର୍ତ୍ତନ କାର୍ଯ୍ୟକ୍ରମକୁ ବିପୁଳ ଜନ ସମର୍ଥନ ମିଳିବାରେ ଲାଗିଛି। ଆସନ୍ତା ଜାନୁୟାରୀରେ ତାଙ୍କ ପୁଅ ନର ଲୋକେଶ ନାଇଡ଼ୁ ୪,୦୦୦ କି.ମି. ପଦଯାତ୍ରା ଆରମ୍ଭ କରିବେ।

Advertisment