ଅଦ୍ୟତନ ହୋଇଛି
puri
Advertisment
ପୁରୀ: ପୁରୀ ଟ୍ରେନ୍ ପୋଡ଼ି ଘଟଣାରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଆଜି ଏନ୍ଆଇଏ ଟିମ୍ ସିମୁଲେସନ୍ ଏକ୍ସରସାଇଜ କରିବ। ଟ୍ରେନରେ କିଭିଳି ନିଆଁ ଲାଗିଲା ଏହା ପଛରେ ସୁବାଷ ରାମଚନ୍ଦ୍ରନର ହାତ ଅଛି ନା ଆଉ କାହାର ହାତ ଅଛି। ଗୋଟିଏ ପରେ ଗୋଟିଏ ଟ୍ରେନରେ କିଭଳି ନିଆଁ ଲାଗିଲା ଏନେଇ ସିମୁଲେସନ ଏକ୍ସରସାଇଜ୍ କରାଯିବ। ଏହାସହ ତଦନ୍ତରେ ସହାୟତା ନେଇ ଏନଆଇଏ ଟିମ୍ ଜିଲ୍ଲାପାଳଙ୍କୁ ଏକ ଚିଠି ଦେଇଥିବା ସୂଚନା ମିଳିଛି। ତା’ସହ ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଦଳକୁ ମଧ୍ୟ ଟିମ୍ ସହଯୋଗ ଲୋଡିଥିବା କୁହାଯାଉଛି। ଏହି ସିମୁଲେସନ୍ ଏକ୍ସରସାଇଜ ଏନଆଇଏ ଟିମ୍ ଆଜି ଏବଂ କାଲି ଦୁଇଦିନ ଧରି କରିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/puri2.jpg)