Advertisment

ମୁଣ୍ଡ ନଇଁଲା ୟୁକ୍ରେନ୍‌: ଆଲୋଚନା ପାଇଁ ପୁଟିନଙ୍କୁ ଡାକିଲେ ୟୁକ୍ରେନ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦୁଇଦିନ ଧରି ଭୟଙ୍କର ଯୁଦ୍ଧକୁ ସାମ୍ନା କରିବା ପରେ ଶେସରେ ରୁଷ ଶକ୍ତି ଆଗରେ ହାର ମାନିଛି ୟୁକ୍ରେନ୍‌। ଗତକାଲି ଆକ୍ରମଣକାରୀ ରୁଷ ବିପକ୍ଷରେ ଦମ୍‌ ଦେଖାଇଥିବା ୟୁକ୍ରେନ ଯୁଦ୍ଧର ଭୟଙ୍କର କ୍ଷତି ସହିବା ପରେ ଆଜି ନରମିଛି। ଗତକାଲି ରୁଷ ବିପକ୍ଷରେ କୂଟନୈତିକ ସମ୍ପର୍କ ଛିନ୍ନ କରିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆପୋଷ ବୁଝାମଣା ପାଇଁ ନିମନ୍ତ୍ରଣ କରିଛନ୍ତି। ରୁଷର ନ୍ୟୁଜ୍‌ ସଂସ୍ଥା ଏପି ପକ୍ଷରୁ […]

ଅଦ୍ୟତନ ହୋଇଛି
ୟୁକ୍ରେନକୁ ଘେରିଲା ରୁଷିଆ, ହୋଇପାରେ ତୃତୀୟ ବିଶ୍ୱ ଯୁଦ୍ଧ

eukraine-russia-conflict

Advertisment

ନୂଆଦିଲ୍ଲୀ: ଦୁଇଦିନ ଧରି ଭୟଙ୍କର ଯୁଦ୍ଧକୁ ସାମ୍ନା କରିବା ପରେ ଶେସରେ ରୁଷ ଶକ୍ତି ଆଗରେ ହାର ମାନିଛି ୟୁକ୍ରେନ୍‌। ଗତକାଲି ଆକ୍ରମଣକାରୀ ରୁଷ ବିପକ୍ଷରେ ଦମ୍‌ ଦେଖାଇଥିବା ୟୁକ୍ରେନ ଯୁଦ୍ଧର ଭୟଙ୍କର କ୍ଷତି ସହିବା ପରେ ଆଜି ନରମିଛି। ଗତକାଲି ରୁଷ ବିପକ୍ଷରେ କୂଟନୈତିକ ସମ୍ପର୍କ ଛିନ୍ନ କରିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆପୋଷ ବୁଝାମଣା ପାଇଁ ନିମନ୍ତ୍ରଣ କରିଛନ୍ତି। ରୁଷର ନ୍ୟୁଜ୍‌ ସଂସ୍ଥା ଏପି ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ରୁଷର ଆକ୍ରମଣକୁ ନାଜି ଜର୍ମାନୀର ବର୍ବରତା ସହ ତୁଳନା କରିଥିଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି। ରୁଷ ନାଜି ଜର୍ମାନୀ ଭଳି ଆକ୍ରମଣ କରୁଛି ବୋଲି ଜେଲେନସ୍କି କହିଥିଲେ । ସେପଟେ ଆଜି ରୁଷ ସେନା ୟୁକ୍ରେନ୍‌ର ରାଜଧାନୀ କିଭ୍‌ର ନିକଟବର୍ତ୍ତୀ ହୋଇଯାଇଛନ୍ତି । ଅନ୍ୟପଟେ ଯୁଦ୍ଧ ଘଟଣାକୁ ନେଇ ପୁଟିନଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ପୁଟନିଙ୍କୁ ପ୍ରତିପକ୍ଷ ୟୁକ୍ରେନ୍‌ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ଜିନ୍‌ପିଙ୍ଗ। ସେପଟେ ଆକ୍ରମଣକାରୀ ରୁଷ ବିରୋଧରେ ନାଟୋର ନୀରବତା ନେଇ କଡ଼ା ସମାଲୋଚନା କରିଛନ୍ତି ତୁର୍କୀଶ ରାଷ୍ଟ୍ରପତି ରିକେପ୍‌ ରାଇପି।

ସେପଟେ ୟୁକ୍ରେନ୍‌ର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉ ଥିବା ଯେଉଁ ଅଭିଯୋଗ ଆସିଥିଲା ତାକୁ ଖଣ୍ଡନ କରିଛି ରୁଷ। ୟୁକ୍ରେନ୍‌ ସାଧାରଣ ନାଗରିକଙ୍କ ଉପରେ ରୁଷ ଆକ୍ରମଣ କରି ନଥିବା ରୁଷର ବୈଦେଶିକ ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ୟୁକ୍ରେନ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଘୋଷଣା କରିଥିଲେ ସତ କିନ୍ତୁ ସାଧାରଣ ଲୋକ ଯେଭଳି ସୁରକ୍ଷିତ ରହିବେ ସେଥିପ୍ରତି ସେ ନିଶ୍ଚିତ କରିଛନ୍ତି।  ରୁଷର ବୈଦେଶିକ ମନ୍ତ୍ରୀ ସେର୍‌ଜେଇ ଲାଭରୋ କହିଛନ୍ତି ଯେ,  ଯଦି ୟୁକ୍ରେନ ସେନା ଅସ୍ତ୍ର ଛାଡ଼ନ୍ତି ତେବେ କିଭ୍‌ ସହ ମସ୍କୋ ଆଲୋଚନା କରିବାକୁ ରାଜି ଅଛି। ସେ କହିଛନ୍ତି ଯେ, ମସ୍କୋ ନୂଆ ‘ନାଜି’ ହେବାକୁ ଲକ୍ଷ୍ୟରେ ନାହିଁ କିମ୍ବା ୟୁକ୍ରେନ୍‌ ଉପରେ ଶାସନ କରିବାର ଉଦ୍ଦେଶ୍ୟ ନାହିଁ।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe