Advertisment

ଆଇପିଏସ୍‌ ପୁଅକୁ ସାଲ୍ୟୁଟ୍‌ ମାରିଲେ କନଷ୍ଟେବଳ ବାପା

ଲକ୍ଷ୍ନୌ: ସବୁ ବାପାଙ୍କର ଇଚ୍ଛା ଥାଏ ପୁଅ ବଡ ମଣିଷ ହେଉ। ଧନ, ବଳ, ବୁଦ୍ଧି ସବୁ କ୍ଷେତ୍ରରେ ବାପାକୁ ବି ଟପିଯାଉ। ଆଉ ଯେତେବେଳେ ସେହି ଆଶା ପୂରଣ ହେଇଯାଏ ବାପା ଜୀବନ ସାର୍ଥକ ହେଲା ବୋଲି ମନେହୁଏ। ଆଉ ଏମିତି କିଛି ସାର୍ଥକତା ଲାଭ କରିଛନ୍ତି ଲକ୍ଷ୍ନୌର ଜନାର୍ଦ୍ଦନ ସିଂ। ଆଜି ପୁଅ ବାପାଠୁ ବି ଦୁଇ ପାଦ ଆଗକୁ ବଢିଯାଇଛି। ତେଣୁ ଆଇପିଏସ୍‌ ପୁଅକୁ ସାଲ୍ୟୁଟ୍‌ ମାରି ଗର୍ବ ଅନୁଭବ କରୁଛନ୍ତି କନଷ୍ଟେବଳ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଆଇପିଏସ୍‌ ପୁଅକୁ ସାଲ୍ୟୁଟ୍‌ ମାରିଲେ କନଷ୍ଟେବଳ ବାପା

ips

ଲକ୍ଷ୍ନୌ:

ସବୁ ବାପାଙ୍କର ଇଚ୍ଛା ଥାଏ ପୁଅ ବଡ ମଣିଷ ହେଉ। ଧନ, ବଳ, ବୁଦ୍ଧି ସବୁ କ୍ଷେତ୍ରରେ ବାପାକୁ ବି ଟପିଯାଉ। ଆଉ ଯେତେବେଳେ ସେହି ଆଶା ପୂରଣ ହେଇଯାଏ ବାପା ଜୀବନ ସାର୍ଥକ ହେଲା ବୋଲି ମନେହୁଏ। ଆଉ ଏମିତି କିଛି ସାର୍ଥକତା ଲାଭ କରିଛନ୍ତି ଲକ୍ଷ୍ନୌର ଜନାର୍ଦ୍ଦନ ସିଂ। ଆଜି ପୁଅ ବାପାଠୁ ବି ଦୁଇ ପାଦ ଆଗକୁ ବଢିଯାଇଛି। ତେଣୁ ଆଇପିଏସ୍‌ ପୁଅକୁ ସାଲ୍ୟୁଟ୍‌ ମାରି ଗର୍ବ ଅନୁଭବ କରୁଛନ୍ତି କନଷ୍ଟେବଳ ବାପା।

Advertisment

କଥାଟି ଫିଲ୍ମର କାହାଣୀ ପରି ଲାଗୁଥାଇ ପାରେ। କିନ୍ତୁ ବାସ୍ତବରେ କଥାଟି ସତ। ଲକ୍ଷ୍ନୌର ବିଭୁତିଖଣ୍ଡ ଥାନାରେ କନଷ୍ଟେବଳ ଭାବେ କାମ କରନ୍ତି ଜନାର୍ଦ୍ଦନ। ପୁଅ ଆଇପିଏସ୍‌ ଅଫିସର। ଗତ ଶନିବାର ପୁଅ ନିଜ କାର୍ଯ୍ୟାଳୟରେ ପହଞ୍ଚିଲେ। ସେଠାରେ ତାଙ୍କ ବାପା ମଧ୍ୟ ଅଛନ୍ତି କାର୍ଯ୍ୟରତ। ତେବେ ନୂଆ କରି ପୁଅ ଯେବେ କାର୍ଯ୍ୟାଳୟରେ ପାଦଦେଲା ବାପା ବି ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଲେ।  ଉପରିସ୍ଥ ଅଧିକାରୀଙ୍କୁ  ମାରିଲେ ସାଲ୍ୟୁଟ୍‌ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଏବଂ ପ୍ରଶଂସା।

publive-imageଜନାର୍ଦ୍ଦନଙ୍କ କହିବା ଅନୁଯାୟୀ, ‘ପୁଅକୁ ସାଲ୍ୟୁଟ୍‌ ମାରି ମୁଁ ଗର୍ବିତ। ପ୍ରଥମେ ସେ ମୋ ବସ୍‌ ବା ଉଚ୍ଚ ପଦରେ ଥିବା ଅଫିସର, ତା ପରେ ଯାଇ ମୋ ପୁଅ।   ବଡ ଅଫିସରଙ୍କୁ ସମ୍ମାନ ଜଣାଇ ମୁଁ ଯେମିତି ସାଲ୍ୟୁଟ୍‌ ମାରେ ଏଠାରେ ବି ଠିକ୍‌ ସେମିତି କରିଛି। ଏହା ମୋ କର୍ତ୍ତବ୍ୟ। ଏବଂ ମୋ ଦାୟିତ୍ୱ ହେଉଛି, ମୁଁ ଯେମିତି ସବୁବେଳେ ଧ୍ୟାନ ରଖେ ଯେ ଆମ କାମ ମଝିରେ ଯେମିତି ଆମ ସମ୍ପର୍କ ନଆସିବ।’

Advertisment

publive-imageସେପଟେ ଅନୁପଙ୍କ କହିବା ଅନୁଯାୟୀ, ‘ମୋ ଦିନର ଆରମ୍ଭ ହୁଏ ମୋ ବାପାଙ୍କ ପାଦ ଛୁଇଁ। ମୋ ବାପାଙ୍କ ଆଦର୍ଶ ଓ ବିଚାରଧାରାକୁ ଅନୁକରଣ କରି ମୁଁ ବଡ ହୋଇଛି। ବାପାଙ୍କ ଆନୁଗତ୍ୟରେ ଜୀବନରେ ସମସ୍ତ କାମ କରିଆସିଛି। ଆଜି ଯେତେବେଳେ ବାପା ମତେ ସାଲ୍ୟୁଟ୍‌ ମାରିଛନ୍ତି ମୋତେ ପ୍ରକୃତରେ ପରୀକ୍ଷା ଘଡି ପରି ଲାଗୁଛି।’

ସେପଟେ ପୁଅର ଏକ ଫଟୋକୁ ସୋଶାଲ୍‌ ମିଡ଼ିଆରେ ଶେଆର କରି ଜନାର୍ଦ୍ଦନ ଅନୁପଙ୍କୁ ଆର୍ଶିବାଦ ଦେବା ସହ ପୁଅ ପାଇଁ ସେ ଗର୍ବିତ ବୋଲି କହିଛନ୍ତି।