Advertisment

ବିଧାନସଭାରେ ସରକାରୀ ଦଳକୁ ଘେରିବ ବିରୋଧୀ, ଚିଠା ଧରି ବସିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ବିଧାନସଭା ଶୀତ ଅଧିବେଶନ। ଶୀତକାଳୀନ ଅଧିବେଶନକୁ ସରଗରମ କରିବ ଅର୍ଚ୍ଚନା ନାଗ ପ୍ରସଙ୍ଗ ଓ ଏହି ମାମଲାରେ ନେତା, ମନ୍ତ୍ରୀ ଓ ବଡବଡ଼ିଆଙ୍କ ଲିଙ୍କ୍ ସହ ପୁଲିସର ନିରବତା। ଏହି ମାମଲାରେ ଇଡି କାହିଁକି ସଫଳ ଓ ପୁଲିସ କାହିଁକି ବିଫଳ। ବିରୋଧୀ ବିଜେପି ଓ କଂଗ୍ରେସ ଅର୍ଚ୍ଚନା ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛନ୍ତି। ଦଳୀୟ ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ଦୁଇ ଦଳର ମଙ୍ଗୁଆଳ। ସେହିପରି ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ […]

author-image
Niranjan Mishra
ବିଧାନସଭାରେ ସରକାରୀ ଦଳକୁ ଘେରିବ ବିରୋଧୀ, ଚିଠା ଧରି ବସିଛି

odisha-assembly

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ବିଧାନସଭା ଶୀତ ଅଧିବେଶନ। ଶୀତକାଳୀନ ଅଧିବେଶନକୁ ସରଗରମ କରିବ ଅର୍ଚ୍ଚନା ନାଗ ପ୍ରସଙ୍ଗ ଓ ଏହି ମାମଲାରେ ନେତା, ମନ୍ତ୍ରୀ ଓ ବଡବଡ଼ିଆଙ୍କ ଲିଙ୍କ୍ ସହ ପୁଲିସର ନିରବତା। ଏହି ମାମଲାରେ ଇଡି କାହିଁକି ସଫଳ ଓ ପୁଲିସ କାହିଁକି ବିଫଳ। ବିରୋଧୀ ବିଜେପି ଓ କଂଗ୍ରେସ ଅର୍ଚ୍ଚନା ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛନ୍ତି। ଦଳୀୟ ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ଦୁଇ ଦଳର ମଙ୍ଗୁଆଳ। ସେହିପରି ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ଚାଷୀ, ଇନ୍‌ପୁଟ ସବ୍‌ସିଡ୍, ଆଇନ୍ ଶୃଙ୍ଖଳା ସ୍ଥିତିକୁ ନେଇ ବି ଗୃହରେ ବିରୋଧୀ ପ୍ରସଙ୍ଗ ଉଠାଇବେ। ଯାହାର ଚିଠା ପ୍ରସ୍ତୁତ କରି ଧରି ବସିଛନ୍ତି ବିରୋଧୀ ସଦସ୍ୟମାନେ। ସେପଟେ ବିରୋଧୀଙ୍କ ସାମନା କରିବାରୁ ସମରସଜ୍ଜା କରିଛି ବିଜେଡି।

Advertisment

ଆସନ୍ତାକାଲି ସକାଳ ସାଢେ ୧୦ଟାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ବିରୋଧୀଙ୍କୁ ସାମନା କରିବାକୁ କାଉଣ୍ଟର ଷ୍ଟ୍ରାଟେଜି ପ୍ରସ୍ତୁତ କରିବ ଦଳ।

ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏ ଚାଲିବ। ତାରି ଭିତରେ ପଡୁଛି ପଦ୍ମପୁର ଉପନିର୍ବାଚନ ଓ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍। ଉପନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ ରହିବେ ବିଧାୟକ। ସେହିପରି ମେକ୍ ଇନ୍ ଓଡିଶା କନ୍‌କ୍ଲେଭ୍ ପାଇଁ ମଧ୍ୟ ବ୍ୟସ୍ତତା ଦେଖାଦେବ। ସେପଟେ ଜାନୁଆରୀ୧୩ରୁ ଆରମ୍ଭ ହେଉଛି ହକି ବିଶ୍ୱକପ୍। ଯେଉଁଥିଲାଗି ଭୁବନେଶ୍ୱରଠାରୁ ଆରମ୍ଭ କରି ରାଉରକେଲା ଯାଏ ପ୍ରସ୍ତୁତି ଜୋରଦାର କରାଯାଉଛି।

Advertisment

ଏଥିଲାଗି ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଲା, ବିରୋଧୀଙ୍କ ପାଇଁ ଅନେକ ପ୍ରସଙ୍ଗ ରହିଛି। ଶୀତକାଳୀନ ଅଧିବେସନରେ ଥିଲେ ବି, ଏସବୁ ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଅଧିବେସନକୁ ଫିକା କରିପାରେ।

ସେପଟେ ବିଧାନସଭା ଅଧିବେସନ ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ସମୟରେ ୩୪ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ସିସିଟିଭି ସ୍କାନରରେ ରହିବ ମହାତ୍ମାଗାନ୍ଧୀ ମାର୍ଗ।