Advertisment

ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଆଟାକ୍‌: ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ୟୁକ୍ରେନ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ୟୁକ୍ରେନ୍‌ର ଜାପୋରିଝଝିଆରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ଉପରେ ରୁଷ ସେନା ପକ୍ଷରୁ ବଡ଼ଧଣଣର ଆକ୍ରମଣ  କରାଯାଇଛି।ଏହି ପ୍ରସଙ୍ଗରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର୍‌ ଜେନେଲସ୍କି ଜାପାନ୍‌ ପ୍ରଧାନମନ୍ତ୍ରୀ ଫୋମିଓ କିଶିଦାଙ୍କ ସହ  ଆଲୋଚନା କରିଛନ୍ତି। ଏହି ଆଲୋଚନା ସମ୍ପର୍କରେ ୟୁକ୍ରେନ୍ ରାଷ୍ଟ୍ରପତି ଟ୍ୱିଟ୍‌ କରି ଜଣାଛନ୍ତି। ସେ କହିଛନ୍ତି ଯେ, ରୁଷର ନ୍ୟୁକ୍ଲିଅର ଆତଙ୍କବାଦ ସମ୍ପର୍କରେ ସେ ଦୀର୍ଘ ସମୟ ଧରି ଜାପାନ୍‌ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବିଶ୍ୱ ପ୍ରତି ବିପଦ ଥିବା ନେଇ […]

ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଆଟାକ୍‌: ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ୟୁକ୍ରେନ୍‌ ରାଷ୍ଟ୍ରପତି  

zelensky

Advertisment

ନୂଆଦିଲ୍ଲୀ: ଆଜି ୟୁକ୍ରେନ୍‌ର ଜାପୋରିଝଝିଆରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ଉପରେ ରୁଷ ସେନା ପକ୍ଷରୁ ବଡ଼ଧଣଣର ଆକ୍ରମଣ  କରାଯାଇଛି।ଏହି ପ୍ରସଙ୍ଗରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର୍‌ ଜେନେଲସ୍କି ଜାପାନ୍‌ ପ୍ରଧାନମନ୍ତ୍ରୀ ଫୋମିଓ କିଶିଦାଙ୍କ ସହ  ଆଲୋଚନା କରିଛନ୍ତି। ଏହି ଆଲୋଚନା ସମ୍ପର୍କରେ ୟୁକ୍ରେନ୍ ରାଷ୍ଟ୍ରପତି ଟ୍ୱିଟ୍‌ କରି ଜଣାଛନ୍ତି। ସେ କହିଛନ୍ତି ଯେ, ରୁଷର ନ୍ୟୁକ୍ଲିଅର ଆତଙ୍କବାଦ ସମ୍ପର୍କରେ ସେ ଦୀର୍ଘ ସମୟ ଧରି ଜାପାନ୍‌ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

Advertisment

ବିଶ୍ୱ ପ୍ରତି ବିପଦ ଥିବା ନେଇ ସେ ମଧ୍ୟ ଚିନ୍ତାପ୍ରକଟ କରିଛନ୍ତି । ରୁଷ ଉପରେ ଜାପାନ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଳଗାଇଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଥିଲେ। ଗୁରୁବାର ରାତିରେ ଜାପୋରିଝଝିଆରେ ରୁଷ ବୋମା ମାଡ଼ କରିଥିଲା। ଆକ୍ରମଣ ଚାଲିଥିବା ବେଳେ ହଠାତ୍‌ ପ୍ଲାଣ୍ଟର ଗୋଟିଏ ଜେନେରେଟିଂ ୟୁନିଟରେ ବୋମା ମାଡ଼ ହୋଇଥିଲା। ଫଳରେ ପ୍ଲାଣ୍ଟର ଗୋଟିଏ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା। ଏବେ ପ୍ଲାଣ୍ଟ ନିକଟରେ ରୁଷ ସୈନ୍ୟମାନେ ରହି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା କର୍ମଚାରୀଙ୍କୁ ଗୁଳି କରିଥିଲେ।

https://twitter.com/ZelenskyyUa/status/1499680634628972549?s=20&t=b9LMket_eXeVVmuz-FaJcA

Advertisment

ଯଦି ସଂପୂର୍ଣ୍ଣ ନ୍ୟୁକ୍ଲିୟର ପ୍ଳାଣ୍ଟରେ ନିଆଁ ଲାଗିଯିବ, ତା’ହେଲେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହେବ ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମତ୍ରୋ କୁଲେବା କହିଛନ୍ତି। ଅନ୍ୟପଟେ ରୁଷର ରାଷ୍ଟ୍ରଦୂତ ଆଣ୍ଟୋଲି ଆଣ୍ଟୋନଭ୍‌ ୟୁଏସ  ସିନେଟର ଲିଣ୍ଡସେ ଗ୍ରାହାମଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କଡ଼ା ସମାଲୋଚନା କରିଛନ୍ତି । ୟୁଏସ ସିନେଟର ରୁଷ ରାଷ୍ଟ୍ରପତିଙ୍କୁ ଜଣେ ଅପରାଧୀ ବୋଲି ଆକ୍ଷେପ କରିଛନ୍ତି। ୟୁକ୍ରେନ୍‌ ଉପରେ ଅମାନବୀୟ ଆକ୍ରମଣକୁ  ନିନ୍ଦା କରିବା ସହ ରାଷ୍ଟ୍ରପତି ପୁଟିନ୍‌ଙ୍କୁ କଡ଼ା ସମାଲୋଚନା କରିଥିଲେ। ତେଣୁ ଏହି ମନ୍ତବ୍ୟ ପାଇଁ ୟୁଏସ ସିନେଟର କ୍ଷମା ମାଗନ୍ତୁ ବୋଲି ରୁଷ ରାଷ୍ଟ୍ରଦୂତ ଦାବି କରିଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe