/odisha-reporter/media/post_attachments/uploads/2023/01/black-money-2-e1673269033373.jpg)
ରାୟଗଡ଼ା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଅଧିକାରୀ। ତାଙ୍କ ନାଁ କିଶୋରଚନ୍ଦ୍ର ନାୟକ। ସେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ ଭାବେ ନିଯୁକ୍ତ ଅଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ରବିବାର ରାତି ପ୍ରାୟ ୯ଟା ବେଳେ ଶ୍ରୀ ନାୟକ ବୁଲେଟ୍ ଯୋଗେ ରାୟଗଡ଼ା ସ୍ଥିତ ତାଙ୍କ ଭଡ଼ା ଘରକୁ ଫେରୁଥିବା ବେଳେ ଅରବିନ୍ଦ ସ୍କୁଲ୍ ନିକଟରେ ତାଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଟିମ୍। ଯାଞ୍ଚ ବେଳେ ତାଙ୍କ ନିକଟରୁ ୫ ଲକ୍ଷ ୪ ହଜାର ୫୬୦ ଟଙ୍କା ବାହାରିଥିଲା। ଏକ କଳା ବ୍ୟାଗରେ ସେ ଏହି ଟଙ୍କା ରଖିଥିଲେ। ଏତେ ଟଙ୍କା ସେ କେଉଁଠୁ ଆଣିଲେ ଓ କାହିଁକି ଏହାର ଆବଶ୍ୟକତା ପଡ଼ିଲା ବୋଲି ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପଚାରିଥିଲେ। କିନ୍ତୁ ଶ୍ରୀ ନାୟକ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
