‘ତୁ’ ତୁ, ବେ, ବା’ରେ ପୋତି ପକାଇଲେ ବିଧାୟକ’

ବ୍ଲକରେ ପଞ୍ଚାୟତ ସମିତି ବୈଠକ ଚାଲିଥିବା ସମୟରେ ଆନନ୍ଦପୁର ବିଜେଡି ବିଧାୟକ ଭାଗିରଥୀ ସେଠୀ, ଜଣେ ମହିଳା ଜନପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଯେତେବେଳେ ବିଧାୟକଙ୍କୁ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ପ୍ରଶ୍ନ କରିଥିଲେ, ବିଧାୟକଙ୍କ ରାଗ ପଞ୍ଚମକୁ ଉଠିଗଲା, ରାଗରେ ମନଇଚ୍ଛା ମହିଳାଙ୍କୁ ଦୁର୍ବ୍ୟବହାର କଲେ। ଏ ନେଇ ବିଧାୟକଙ୍କ ବିରୋଧରେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ଅସୀମା ମିଶ୍ର।