Advertisment

ଠିକାଦାରଙ୍କୁ ପୋଷିବା ପାଇଁ ଘାଇ ସୃଷ୍ଟି

ଯାଜପୁର- ବନ୍ୟା ବିପନ୍ନଙ୍କୁ ଭେଟିବା ସହ ଘାଇ ଅଂଚଳ ବୁଲି ଦେଖିଛି ବିଜେପି ଓ କଂଗ୍ରେସ ର ପ୍ରତିନିଧି ଦଳ। ବୈତରଣୀ ନଦୀର ଶାଖା କାଣୀ ନଦୀରେ ବ୍ରହ୍ମଚାରୀ ପାଟଣା ରେ ଦୁଇ ଦୁଇ ଥର ଘାଇ କାରଣରୁ ଦଶରଥପୁର ବ୍ଲକର ୭ଟି ପଂଚାୟତ ବେଶ ପ୍ରଭାବିତ ହୋଇଛି। ଦଶରଥପୁର ବ୍ଲକ ର କସପା ମଲ୍ଲିକାପୁର ଖାନ ନଗର କୟାଁ ଛଂଚିଣା ଅହିୟାସ ନିଜାମ ପୁର ଭଳି ୨୦ ଗ୍ରାମରେ ଦୁଇ ଦୁଇ ଥର ବନ୍ୟା ଜଳ […]

author-image
Debendra Prusty
ଠିକାଦାରଙ୍କୁ ପୋଷିବା ପାଇଁ ଘାଇ ସୃଷ୍ଟି

ghai

ଯାଜପୁର- ବନ୍ୟା ବିପନ୍ନଙ୍କୁ ଭେଟିବା ସହ ଘାଇ ଅଂଚଳ ବୁଲି ଦେଖିଛି ବିଜେପି ଓ କଂଗ୍ରେସ ର ପ୍ରତିନିଧି ଦଳ। ବୈତରଣୀ ନଦୀର ଶାଖା କାଣୀ ନଦୀରେ ବ୍ରହ୍ମଚାରୀ ପାଟଣା ରେ ଦୁଇ ଦୁଇ ଥର ଘାଇ କାରଣରୁ ଦଶରଥପୁର ବ୍ଲକର ୭ଟି ପଂଚାୟତ ବେଶ ପ୍ରଭାବିତ ହୋଇଛି। ଦଶରଥପୁର ବ୍ଲକ ର କସପା ମଲ୍ଲିକାପୁର ଖାନ ନଗର କୟାଁ ଛଂଚିଣା ଅହିୟାସ ନିଜାମ ପୁର ଭଳି ୨୦ ଗ୍ରାମରେ ଦୁଇ ଦୁଇ ଥର ବନ୍ୟା ଜଳ ପଶି ଚାଷ ବାସ ନଷ୍ଟ କରିଛି। ଗତ ଅଗଷ୍ଟ ୧୫ ତାରିଖରେ ନଦୀ ୭୦ ଫୁଟର ଘାଇ ସୃଷ୍ଟି କରିଥିଲା ତାହାର ମରାମତି ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରାଯାଇଥିଲା ହେଲେ ୨୧ ରେ ଆସିଥିବା ଦ୍ୱିତୀୟ ବନ୍ୟା ସେହି ଯାଗାରେ ମରାମତି ବନ୍ଧ କୁ ଭସାଇ ଘାଇ କରିଥିଲା।

Advertisment

Contractors Breaches Odisha Flood