Advertisment

ଜଳିଗଲା ପର୍ଯ୍ୟଟକଙ୍କ ବସ୍

ପୁରୀ: ଜଳିଗଲା ପର୍ଯ୍ୟଟକଙ୍କ ବସ୍। ସୌଭାଗ୍ୟକୁ ମନ୍ଦିର ବୁଲିବାକୁ ଯାଇଥିବାରୁ ଏକ ନିଶ୍ଚିତ ଦୁର୍ଘଟଣାରୁ ସମସ୍ତଙ୍କୁ ରକ୍ଷା ମିଳି ଯାଇଛି। ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାକ୍ଷୀଗୋପାଳ ମନ୍ଦିର ପଛପଟେ ଏହି ଘଟଣା ଘଟିଛି। ତେବେ ବସ୍‌ରେ ଥିବା ଯାତ୍ରୀଙ୍କ ଲଗେଜ୍, ଟଙ୍କା, ଅଳଙ୍କାର, ମୋବାଇଲ ଜଳି ଯାଇଥିବାରୁ ସେମାନେ ଭାଙ୍ଗି ପଡ଼ିଛନ୍ତି। କିପରି ଘରେ ପହଞ୍ଚିବେ ଏବେ ସମସ୍ତେ ଚିନ୍ତାରେ। ସୂଚନା ମୁତାବକ, ମଧ୍ୟପ୍ରଦେଶର ଗୋଆଲିୟରରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏହି ବସ୍ […]

ଜଳିଗଲା ପର୍ଯ୍ୟଟକଙ୍କ ବସ୍
Advertisment

ପୁରୀ: ଜଳିଗଲା ପର୍ଯ୍ୟଟକଙ୍କ ବସ୍। ସୌଭାଗ୍ୟକୁ ମନ୍ଦିର ବୁଲିବାକୁ ଯାଇଥିବାରୁ ଏକ ନିଶ୍ଚିତ ଦୁର୍ଘଟଣାରୁ ସମସ୍ତଙ୍କୁ ରକ୍ଷା ମିଳି ଯାଇଛି। ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାକ୍ଷୀଗୋପାଳ ମନ୍ଦିର ପଛପଟେ ଏହି ଘଟଣା ଘଟିଛି। ତେବେ ବସ୍‌ରେ ଥିବା ଯାତ୍ରୀଙ୍କ ଲଗେଜ୍, ଟଙ୍କା, ଅଳଙ୍କାର, ମୋବାଇଲ ଜଳି ଯାଇଥିବାରୁ ସେମାନେ ଭାଙ୍ଗି ପଡ଼ିଛନ୍ତି। କିପରି ଘରେ ପହଞ୍ଚିବେ ଏବେ ସମସ୍ତେ ଚିନ୍ତାରେ। ସୂଚନା ମୁତାବକ, ମଧ୍ୟପ୍ରଦେଶର ଗୋଆଲିୟରରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏହି ବସ୍ ଚାରିଧାମ ଭ୍ରମଣରେ ଆସିଥିଲା। ଚିତ୍ରକୁଟ, ଅଯୋଧ୍ୟା, କାଠମାଣ୍ଡୁର ବିଭିନ୍ନ ତୀର୍ଥ ସ୍ଥଳ ଭ୍ରମଣ କରିବା ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ଠାକୁର ଦର୍ଶନ କରିଥିଲେ। ଆଜି ସକାଳ ୭ଟାରେ ସାକ୍ଷୀଗୋପାଳରେ ପହଞ୍ଚି ଥିଲେ। ବସ୍‌ରୁ ଓହ୍ଲାଇ କିଛି ଯାତ୍ରୀ ଏଠାରେ ଥିବା ସାକ୍ଷୀ ଗୋପିନାଥ ଜୀଉଙ୍କୁ ଦର୍ଶନ ନିମନ୍ତେ ମନ୍ଦିରକୁ ଯାଇଥିଲେ। ଅନ୍ୟମାନେ ରୋଷେଇ ଓ ସ୍ନାନ ଆଦି କାର୍ଯ୍ୟ ସାରୁଥିଲେ। ବସ୍ ପଛପଟେ ରୋଷେଇ ଚାଲିଥିବା ବେଳେ ହଠାତ ବସ୍‌ରେ ନିଆଁ ଲାଗିଯାଇଥିବା। ବସ୍‌ ଜଳି ଉଠିବାରୁ ଯାତ୍ରୀମାନେ ସେମାନଙ୍କ ଜିନିଷପତ୍ର ଉଦ୍ଧାର କରିପାରି ନ ଥିଲେ।

Advertisment

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe