Advertisment

ରାଜଧାନୀ ଛାତି ଉପରେ ଆତଙ୍କରାଜ

ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ରାଜଧାନୀର ଛାତି ଉପରେ ଆତଙ୍କରାଜ ଖେଳାଇଲେ ଦଳେ ଯୁବକ । ଏକ ବାର୍‌ରେ ପ୍ରବେଶ ଅନୁମତି ନ ମିଳିବାରୁ ତାଣ୍ଡବ ରଚାଇଲେ। ଏକ ବସ୍‌ ସମେତ ଅନ୍ୟ କିଛି ଗାଡ଼ିରେ ଆସି ବ୍ୟାପକ ଭଙ୍ଗାରୁଜା କଲେ। ଚନ୍ଦ୍ରଶେଖରପୁର ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଏହି ଘଟଣା ଘଟିଥିବା ବେଳେ ସେଠାରେ ଉପସ୍ଥିତ ପୁଲିସ୍‌ କର୍ମଚାରୀ ନିରବଦ୍ରଷ୍ଟା ସାଜିଥିଲା। ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲଟିବା ପରେ ପୁଲିସ୍‌ […]

author-image
Manoj Swain
ରାଜଧାନୀ ଛାତି ଉପରେ ଆତଙ୍କରାଜ

ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ରାଜଧାନୀର ଛାତି ଉପରେ ଆତଙ୍କରାଜ ଖେଳାଇଲେ ଦଳେ ଯୁବକ । ଏକ ବାର୍‌ରେ ପ୍ରବେଶ ଅନୁମତି ନ ମିଳିବାରୁ ତାଣ୍ଡବ ରଚାଇଲେ। ଏକ ବସ୍‌ ସମେତ ଅନ୍ୟ କିଛି ଗାଡ଼ିରେ ଆସି ବ୍ୟାପକ ଭଙ୍ଗାରୁଜା କଲେ। ଚନ୍ଦ୍ରଶେଖରପୁର ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଏହି ଘଟଣା ଘଟିଥିବା ବେଳେ ସେଠାରେ ଉପସ୍ଥିତ ପୁଲିସ୍‌ କର୍ମଚାରୀ ନିରବଦ୍ରଷ୍ଟା ସାଜିଥିଲା। ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲଟିବା ପରେ ପୁଲିସ୍‌ ଏଥିରେ ସମ୍ପୃକ୍ତ ୩୪ ଜଣଙ୍କୁ ଗିରଫ କରିଛି। ହେଲେ ଏକ ରାଜନୈତିକ ଦଳର ଜଣେ ଛାତ୍ର ନେତା ଏହି ଘଟଣାର ମାଷ୍ଟର ମାଇଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କୁ କିନ୍ତୁ ଧରିବାରେ ସଫଳ ହୋଇନି ପୁଲିସ୍‌ ।

Advertisment

Bhubaneswar Crime