ରାଜା ଭଳି ବିଦାୟ ନେଲେ ‘ରାଣୀ’

ରେଡ୍ କାରପେଟ୍ ପଡ଼ିଲା। ଫୁଲ ବର୍ଷା ହେଉଥିଲା। ଆଉ ସଜାହୋଇ ଥିବା ଜିପ୍‌କୁ ରଥ ଭଳି ଟଣା ଯାଉଥିଲା। ଏବଂ ସେଇ ଜିପ୍ ଉପରେ ବସି ବିଦାୟ ନେଉଥିଲା ରାଣୀ। ରାଣୀ ହେଉଛି, ସିଆଇଏସଏଫର ସନ୍ଧାନୀ କୁକୁର। ଦୀର୍ଘ ୯ ବର୍ଷର ସରକାରୀ ସେବା ପରେ ଅବସର ନେଇଛି ସନ୍ଧାନୀ କୁକୁର ରାଣୀ।