୨୦୧୭ ମସିହା ସେପଟେମ୍ବର ମାସର ପ୍ରଥମ ସପ୍ତାହ। ରାଜ୍ୟରେ ପୂର୍ବରୁ କେବଳ ୩ଟି ସରକାରୀ ମେଡିକାଲ କଲେଜ ଥିବା ବେଳେ ଦୁଇ ଦିନ ବ୍ୟବଧାନରେ ଖୋଲିଲା କୋରାପୁଟ ଓ ବାରିପଦାରେ ଦୁଇଟି ମେଡିକାଲ କଲେଜ। ୨୦୧୭ ସେପଟେମ୍ବର ୫ ତାରିଖରେ କୋରାପୁଟରେ ୧୨୫-ଏମବିବିଏସ ସିଟ ବିଶିଷ୍ଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ। ଏହାଥିଲା ରାଜ୍ୟର ଚତୁର୍ଥ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ। ସେବେଠାରୁ ଏ ଦୁଇ କଲେଜ ଠିକା କର୍ମଚାରୀଙ୍କ ସହାୟତାରେ ଚାଲିଛି।
https://youtu.be/8AbYMRdxUDo