ଗଣେଶ ପୂଜା ପ୍ରସ୍ତୁତି, ମୂଷିକ ସ୍ନାନର ଭିଡିଓ ହେଉଛି ଭାଇରାଲ

ଗଣେଶ ପୂଜା ପାଇଁ ଦେଶବ୍ୟାପୀ ପୂରା ଦମ୍‌ରେ ପ୍ରସ୍ତୁତି ଚାଲିଛି। ପୂଜା ମଣ୍ଡପକୁ ଆକର୍ଷଣୀୟ କରିବାକୁ ସମସ୍ତେ ଚିନ୍ତା କରୁଥିବା ବେଳେ ସୋଶାଲ୍ ମିଡିଆରେ ଧୂମ୍‌ ମଚାଇଛି ଏକ ଭିଡିଓ। ଏହି ଭିଡିଓରେ ଏକ ମୂଷା ବାଥ୍‌ରୁମ୍‌ରେ ସାବୁନ୍‌ ଲଗାଇ ଗାଧୋଉଛି ଆଉ ମଜାଦାର ଗୀତ ଗାଉଛି। ମୂଷାର ଗାଧୁଆ ଯେତିକି ମଜାଦାର ହୋଇଛି ପ୍ରଛଦପଟରେ ଗୀତଟି ମଧ୍ୟ ତା’ଠୁ କାହିଁ କେତେଗୁଣ ମଜାଦାର ହୋଇଛି। ଗୀତଟି କେଉଁ ଭାଷାରେ କିଛି ବୁଝାପଡ଼ୁନାହିଁ।

କ’ଣ ଗଣେଶଙ୍କ ବାହନ ମୂଷିକ ମହାରାଜ ପୂଜା ପାଇଁ ପ୍ରସ୍ତୁତ ହେଉଛନ୍ତି କି? ଦେଖନ୍ତୁ ଏହି ଭାଇରାଲ ଭିଡିଓ ।