ଘର ସମ୍ମୁଖରେ ପୋଲିସ

ଦ୍ରୌପଦୀ ମୁର୍ମୁଙ୍କ ଘର ଆଗରେ ପୋଲିସର ସୁରକ୍ଷା ବଳୟ। ରାଇରଙ୍ଗପୁର ସ୍ଥିତ ଦ୍ରୌପଦୀଙ୍କ ବାସଭବନକୁ ସୁରକ୍ଷା ଦେଉଛନ୍ତି ଓଡ଼ିଶା ପୋଲିସ। ଆଜି ରାଷ୍ଟ୍ରପତି ନିର୍ବାଚନର ଫଳ ବାହାରିବାକୁ ଥିବା ବେଳେ ସାରା ଦେଶର ନଜର ଦ୍ରୌପଦୀଙ୍କ ଉପରେ ରହିଛି । ନିଶ୍ଚିତ ଭାବରେ ଦ୍ରୌପଦୀ ଜିତିବେ ବୋଲି ଲୋକେ ଆଶା ରଖିଛନ୍ତି।