ଅପରାଜିତାଙ୍କ ପାଇଁ ରଣନୀତି ବଦଳାଇଲା ବିଜେଡି

ଅପରାଜିତା ବନାମ ବିଜେଡି । ଭୁବନେଶ୍ୱରରେ ଉଭୟ ମୁହାଁମୁହିଁ ଅବସ୍ଥାରେ। ଚାଲିଛି ଛକାପଞ୍ଝା ରାଜନୀତି । ପୂର୍ବରୁ ସାଂସଦଙ୍କୁ ପରୋକ୍ଷରେ ଅର୍ଥାତ ପଛରେ ରହି ବିରୋଧ କରୁଥିଲା ବିଜେଡି । ଏବେ ଖୁଲମଖୁଲା ବିରୋଧ କରିବା ଆରମ୍ଭ କରିଛି । ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର 61 ନମ୍ବର ୱାର୍ଡରେ ପଦଯାତ୍ରା କରିଥିଲେ ଭୁବନେଶ୍ୱର ସାଂସଦ । ପଦଯାତ୍ରା ସମୟରେ କିଛି ବିଜେଡି କର୍ମୀ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ରାସ୍ତାରେ ଚୁଲି ଜଳାଇ ପ୍ରତିବାଦ କରିଥିଲେ