‘ ମୋ ସେବାର ମୂଲ୍ୟ ଦେଲି’

କଟକର ବୃଦ୍ଧାଙ୍କ ମହନୀୟତା। ରିକ୍ସାବାଲାକୁ ଦାନ କରିଦେଲେ କୋଟିଏ ଟଙ୍କାର ସମ୍ପତ୍ତି । ସ୍ୱାମୀ ଓ ଝିଅଙ୍କର ମୃତ୍ୟୁ ପରେ ଏକାକୀ ରହୁଥିବା ବୃଦ୍ଧା ନିଜର କୋଟି କୋଟି ଟଙ୍କାର ସଂପତ୍ତି ରିକ୍ସା ଚାଳକଙ୍କୁ ଦାନ କରିଦେଲେ। ସୂତାହାଟରେ ରହୁଥିବା ୬୩ ବର୍ଷୀୟ ମିନତୀ ପଟ୍ଟନାୟକ ନିଜର ୩ ମହଲା ବିଶିଷ୍ଟ ଘର, ସୁନାଗହଣା ସବୁ ବୁଢ଼ା ସାମଲ ନାମକ ରିକ୍ସା ଚାଳକଙ୍କୁ ଦେଇ ଦେଇଛନ୍ତି।