ରାତିରେ ହସୁଥିଲା, ସକାଳେ ଶବ ପାଲଟିଗଲା

ପୁଅ ହସି ହସି ମାଆ ସହ କଥା ହୋଇଥିଲା କହିଥିଲେ। ମାଆ ଜନ୍ମଦିନ ପାଇଁ କିଛି ଟଙ୍କା ପଠାଇବୁ, ମୋ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ କରିବି। ମାଆ ବି କିଛି ଟଙ୍କା ପୁଅ ପଠାଇଥିଲା। ହେଲେ କିଏ ଜାଣିଥିଲା, ରାତିପାହିଲା ବେଳକୁ, ପୁଅ ଶବ ଦେଖିବ। କାନ୍ଦି କାନ୍ଦି ମାଆ ତଳେ ଲୋଟି ଯାଉଛି। ପୁରୀ ଜିଲ୍ଲା ବାଟମଙ୍ଗଳର ଛାତ୍ର ବିବେକ ସାହୁ, ବାଲେଶ୍ୱର ବାମପଦାରେ ସିପେଟ୍ ସେଣ୍ଟ୍ରାଲ ଇନଚ୍ୟୁଟ୍ ଅଫ୍ ପେଟ୍ରୋଲକେମିକାଲ୍ସ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜିରେ ପାଠ ପଢ଼ୁଥିଲେ। ଏମିତି ଅଚାନକ କଣ ହେଲା ଯେ, ରାତିରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଦେଲେ ବିବେକ।