Advertisment

‘ଇଏ ମୋ ପୁଅ’

ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ଧିରପୁର ଗାଁର ସୁରେନ୍ଦ୍ର ଭୋଇ ଓରଫ ସୁରବାବା ଙ୍କ ଗେଲ୍ହା ପୁଅ ବୁଦ୍ଧିଆ । ବୁଦ୍ଧିଆ ସୁରବାବାଙ୍କ ପାଳିତ ବୋଦା । ପଶୁ ଟିଏ ହେଲେ ବି ବାର୍ଦ୍ଧକ୍ୟ ଅବସ୍ଥାରେ ସୁରବାବା ବୁଦ୍ଧିଆକୁ ପୁଅ ଭଳିଆ ଭଲ ପାଆନ୍ତି। ଦିନ ସାରା ବୁଦ୍ଧିଆ ସହ ଖେଳିବୁଲି ସୁରବାବା ସମୟ କାଟନ୍ତି। ନିକଟରେ କୁଶଭଦ୍ରା ନଦୀ ବନ୍ୟା ଜଳରେ ଉବୁଟୁବୁ। କୁଶଭଦ୍ରା ନଦୀ କୁଳିଆ ଲୋକେ ଭୟଭୀତ। ହେଲେ ସୁରବାବା ଓ […]

author-image
Sonali Kabi
ଅଦ୍ୟତନ ହୋଇଛି
‘ଇଏ ମୋ ପୁଅ’

konark

ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ଧିରପୁର ଗାଁର ସୁରେନ୍ଦ୍ର ଭୋଇ ଓରଫ ସୁରବାବା ଙ୍କ ଗେଲ୍ହା ପୁଅ ବୁଦ୍ଧିଆ । ବୁଦ୍ଧିଆ ସୁରବାବାଙ୍କ ପାଳିତ ବୋଦା । ପଶୁ ଟିଏ ହେଲେ ବି ବାର୍ଦ୍ଧକ୍ୟ ଅବସ୍ଥାରେ ସୁରବାବା ବୁଦ୍ଧିଆକୁ ପୁଅ ଭଳିଆ ଭଲ ପାଆନ୍ତି। ଦିନ ସାରା ବୁଦ୍ଧିଆ ସହ ଖେଳିବୁଲି ସୁରବାବା ସମୟ କାଟନ୍ତି। ନିକଟରେ କୁଶଭଦ୍ରା ନଦୀ ବନ୍ୟା ଜଳରେ ଉବୁଟୁବୁ। କୁଶଭଦ୍ରା ନଦୀ କୁଳିଆ ଲୋକେ ଭୟଭୀତ। ହେଲେ ସୁରବାବା ଓ ତାଙ୍କ ବୁଦ୍ଧିଆ ନଇ ବନ୍ଧରେ ବଢି ପାଣିର ମଜା ନେଉଛନ୍ତି। କୋହଲା ପାଗ ଯୋଗୁଁ କାଳେ ବୁଦ୍ଧିଆ ଦେହ ଖରାପ ହୋଇଯିବ ସେ ଗୋଟେ ସାର୍ଟ ଟିଏ ପିନ୍ଧିଛି । ସୁରବାବା ନିଜେ ଗୁଡାଖୁ ଘସିବା ସହ ମଝିରେ ମଝିରେ ବୁଦ୍ଧିଆକୁ ଟିକେ ଗୁଡାଖୁ ଘସାଇ ଦେଉଛନ୍ତି।ସୁରବାବାଙ୍କ ବୁଦ୍ଧିଆ ପ୍ରେମକୁ ନେଇ ଏ ଅଂଚଳରେ ବେଶ ଚର୍ଚ୍ଚା ।

Advertisment

Goat