୩୦ ହଜାର ଚାକିରି, ମିଳିଲେନି ୧୧ ହଜାର ପିଲା!

ଦିନକୁ ଦିନ ଆମ ଶିକ୍ଷା ବ୍ୟବସ୍ଥାର ଗତି କୁଆଡେ ଯାଉଛି? ପିଲା ଯୋଗ୍ୟ ହେଉଛନ୍ତି ନା ଅଯୋଗ୍ୟ? ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ଏ ସବୁର ମୁଖା ଖୋଲିଦେଇଛି। ନିକଟରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶିତ ୭୯୬ ଏଏସ୍ଓ ବା ସହକାରୀ ବଡ଼ ବାବୁ ପଦ ପାଇଁ ପ୍ରାୟ ୨ ଲକ୍ଷ ଯୁବକ ଆବେଦନ କରିଥିବା ଖବର ଆସିଥିଲା।