ମୋ ଭଳି ଭଉଣୀ ମିଳୁ, ତା’ ଭଳି ଭାଇ ନ ମିଳୁ

ଭାଇ ନୁହେଁ ତ ଭଗାରୀ। ଭଉଣୀ ରାକ୍ଷୀର ପାଉଣା, ଭାଇ ଏମିତି ସୁଝିଲା ଯେ, ଜୀବନ ସାରା ମନେ ରଖିଥିବ ଭଉଣୀ। ବାପା-ମାଆ ଛେଉଣ୍ଡ ରୋଗିଣା ଭଉଣୀକୁ ବସଷ୍ଟାଣ୍ଡରେ ଛାଡ଼ି ଚାଲିଗଲା ଭାଇ। ବାପା-ମାଆ ଥିଲା ବେଳେ ଭଉଣୀ, କେତେ ସ୍ନେହ ଆଦରରେ ବଢ଼ୁଥିଲା। ଝିଅର ସବୁ ଅଳି ଅର୍ଦ୍ଦଳିକୁ ମୁଣ୍ଡପାତି ସହି ନେଉଥିଲେ ମାଆ। ସେଥିପାଇଁ ବୋଧେ କହନ୍ତି, ମାଆ ନାହିଁ ଯାହାର ସାହା ନାହିଁ ତାହାର।