ପିପିଲି ଫାଇଟ୍ : ଫନି ଟଙ୍କା କୁଆଡ଼େ ଗଲା ?

ଗୋଟିଏ ପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ଫନି ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିବା ବେଳେ ସେପଟେ ପିପିଲିରେ ଉପନିର୍ବାଚନକୁ ନେଇ ବିଜେପି ରାଜନୀତି କରୁଛି ବୋଲି କହିଛନ୍ତି ବିଜେଡି ସାଂସଦ ପିନାକି ମିଶ୍ର । ବିଜେପି ବିଜେଡିର ପ୍ରଚାର ଓ ଟଣାଓଟରା ଭିତରେ ସେପଟେ କଂଗ୍ରେସ ନେତା ପ୍ରଦୀପ ମାଝୀ ବିଜେଡି ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି କହିଛନ୍ତି । ଏମିତି ଭାବରେ ଚାଲିଛି ପିପିଲିରେ ତିନିଦଳଙ୍କର ଟକରାଟକରି ।