ପ୍ରଶାନ୍ତ ଜଗଦ୍ଦେବଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ବିଧାୟକ ରଘୁ ସାହୁ କହିଛନ୍ତି, ଦ୍ୱାପର ଯୁଗରେ ଦୁର୍ଯ୍ୟୋଧନ ଅଧର୍ମରେ ଥିଲେ। ପାଣ୍ଡବ ଧର୍ମରେ ଥିଲେ। କଳି ଯୁଗରେ ଦୁର୍ଯ୍ୟୋଧନ ଧର୍ମରେ ଅଛନ୍ତି ଓ ପାଣ୍ଡବ ଅଧର୍ମରେ ଅଛନ୍ତି। ମୁଁ ହେଉଛି କଳି ଯୁଗର ଦୁର୍ଯ୍ୟୋଧନ। ତ୍ରେତୟାରେ ରାମ ୧୪ ବର୍ଷ ବନବାସ ଯାଇଥିଲେ। କଳି ଯୁଗରେ ରାମ ୩ ବର୍ଷ ବନବାସ ଯାଇ ଫେରି ଆସିଲେ। ସେତେବଳକୁ ମାଙ୍କଡ ଏ ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। ତାକୁ ସଜାଡ଼ିବାକୁ ପଡ଼ିବ। ତେଣୁ ଆଗାମୀ ଦିନରେ କ’ଣ ହେଉଛି, ତାହା ସମୟ କହିବ।
https://youtu.be/O9UX02tq7ck