ପ୍ରତିଶୋଧର ଜିଦ୍ ଦେଲା ନୂଆ ପ୍ରେରଣା

ନିହାଣ ତାଙ୍କର ଅନେକ କଥା କୁହେ, ତୁଳି ମଧ୍ୟ ମନ ପ୍ରତିଛବିକୁ ଆଙ୍କି ବସେ । ତାଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇଉଠେ ନିର୍ଜୀବ କାଠ । ଭଦ୍ରକ ବ୍ଲକ କଲେଇ ପଞ୍ଚାୟତ କଣ୍ଟାପଡା ଗ୍ରାମର ଗୁରୁ ପ୍ରହଲ୍ଲାଦ ପାଣି ପେଶାରେ ଜଣେ କାଠ ମିସ୍ତ୍ରୀ । ତେବେ ତାଙ୍କ କାଠ ମିସ୍ତ୍ରୀ ହେବା ପଛରେ ଥିଲା ବାପାଙ୍କୁ ମିଳିଥିବା ଅପମାନ ।