/odisha-reporter/media/post_attachments/uploads/2022/08/cyber-fraud.jpg)
cyber fraud
ଯୁବତୀଙ୍କ ନଗ୍ନ କଲର ଶିକାର ହେଲେ ବିଏସନାଲ ଇଂଜିନିୟର। ନଗ୍ନ ନାୟିକାଙ୍କ ନଗ୍ନ ଭିଡ଼ିଓ କଲ ଜାଲରେ ଫସି ଇଂଜିନିୟରଙ୍କ ଆକାଉଣ୍ଟରୁ ୨୫ ଲକ୍ଷ ଟଙ୍କା ଗୋଲ। ପ୍ରଥମେ ହ୍ୱାଟ୍ସ ଆପ୍ରେ ହାଇ ମେସେଜ ପଠେଇଥିଲେ ନଗ୍ନ ନାୟିକା। ପରେ ନଗ୍ନ ଭିଡ଼ିଓ କଲ କରି ଇଂଜିନିୟରଙ୍କୁ ଟ୍ରାପ କରିଥିଲେ ଯୁବତୀ। ଟ୍ରାପର ଗୋଟିଏ ଦିନ ପରେ ନକଲି ସିବିଆଇ ଅଫିସର ପରିଚୟ ଦେଇ ନଗ୍ନ ଭିଡ଼ିଓ ପାଇଁ ବ୍ଲାକମେଲ କଲେ। ଏହି ଭୟରେ ପର୍ଯ୍ୟାୟ କ୍ରମେ ଇଂଜିନିୟର ଜଣଙ୍କଠୁ ୨୫ ଲକ୍ଷ ଟଙ୍କା ଆଦାୟ କରିନେଇଛନ୍ତି ଏହି ଗ୍ୟାଙ୍ଗ। ଠକେଇ ପରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଏସଏନଏଲ ଇଂଜିନିୟର। ରାଜଧାନୀରେ ହେଉଥିବା ସାଇବର ଠକେଇ ମଧ୍ୟରୁ ୩୦ ପ୍ରତିଶତ ଲୋକ ନଗ୍ନ କଲ ଯୋଗୁ ଠକେଇର ଶିକାର ହେଉଥିବା ସାଇବର ଥାନା ସୂଚନା ଦେଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
