କାନ ଭିତରେ ଆଁ କରିଛି ସାପ!

ଆଁ କରିଛି ସାପ। କଲବଲ ହେଉଛି। ପୁଣି ପାଟି ଆଁ କରି ଫଁ ଦେଖାଉଛି। ମୁଣ୍ଡ କାଢୁଛି, ପୁଣି ଗାତ ଭିତରେ ପସିଯାଉଛି। ଆପଣ ଭାବୁଥିବେ ଏଥିରେ ନୂଆ କଣ ଅଛି। କିନ୍ତୁ ଶୁଣିବାକୁ ସାମାନ୍ୟ କଥା ଲାଗୁଥିବା ଏହି ଦୃଶ୍ୟଟି ବାସ୍ତବିକ୍ ଏତେ ହାଲୁକା ନୁହେଁ। କାରଣ ସାପଟି କୌଣସି ଗାତରେ ନୁହେଁ ବରଂ ମଣିଷ କାନ ଭିତରେ ପସିଯାଇଛି। ବିଶ୍ୱାସ ହେଉନଥିବା ଏହି ଦୃଶ୍ୟଟି କିନ୍ତୁ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାର ଲାଗିଛି। ଜଣେ ମହିଳାଙ୍କ କାନ ଭିତରେ ପଶି ଯାଇଛି ସାପ।