Advertisment

ଶୁଦ୍ଧିକ୍ରିୟା ପାଇଁ ପ୍ରସ୍ତୁତି ସରିଥିଲା, ପୁଅ ଫେରିଲା

ପୁଅ ଶୁଦ୍ଧିକ୍ରିୟା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବ, ଆଉ ପରିବାର ଲୋକେ ବି ମନକୁ ବୁଝାଇ ଦେଇଥିବେ, ଅଚାନକ ଘରେ ପୁଅ ପହଞ୍ଚିଯିବ। ବୋଧେ ବାପା-ମାଆଙ୍କ ପାଇଁ, ଏୟାଠୁ ବଡ଼ ଖୁସି ଦୁନିଆଁରେ ଆଉ କିଛି ନାହିଁ। ଯେତେବେଳେ ଦୀର୍ଘ ୧୦ ବର୍ଷ ଧରି ଭେଣ୍ଡିଆ ପୁଅର ଖୋଜ ଖବର ମିଳିଲାନି, ସେତେବେଳେ ପରିବାର ଲୋକେ ମନସ୍ଥ କରି ସାରିଥିଲେ, ପୁଅର ଶୁଦ୍ଧିକ୍ରିୟା ସାରିଦେବେ। କିନ୍ତୁ ବିହାରର ଲକ୍ଷୀସରାଇ ଜିଲ୍ଲାର ମିଟୁ ପାଣ୍ଡେ, ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି, […]

author-image
Debendra Prusty
ଶୁଦ୍ଧିକ୍ରିୟା ପାଇଁ ପ୍ରସ୍ତୁତି ସରିଥିଲା, ପୁଅ ଫେରିଲା

bihari pua

ପୁଅ ଶୁଦ୍ଧିକ୍ରିୟା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବ, ଆଉ ପରିବାର ଲୋକେ ବି ମନକୁ ବୁଝାଇ ଦେଇଥିବେ, ଅଚାନକ ଘରେ ପୁଅ ପହଞ୍ଚିଯିବ। ବୋଧେ ବାପା-ମାଆଙ୍କ ପାଇଁ, ଏୟାଠୁ ବଡ଼ ଖୁସି ଦୁନିଆଁରେ ଆଉ କିଛି ନାହିଁ। ଯେତେବେଳେ ଦୀର୍ଘ ୧୦ ବର୍ଷ ଧରି ଭେଣ୍ଡିଆ ପୁଅର ଖୋଜ ଖବର ମିଳିଲାନି, ସେତେବେଳେ ପରିବାର ଲୋକେ ମନସ୍ଥ କରି ସାରିଥିଲେ, ପୁଅର ଶୁଦ୍ଧିକ୍ରିୟା ସାରିଦେବେ। କିନ୍ତୁ ବିହାରର ଲକ୍ଷୀସରାଇ ଜିଲ୍ଲାର ମିଟୁ ପାଣ୍ଡେ, ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି, ସେକଥା ପରିବାର ଲୋକଙ୍କୁ ଜଣାନଥିଲା। ନିଶାସକ୍ତ ଅବସ୍ଥାରେ ପାଗଳ ବେଶରେ ବୌଦ୍ଧ ଜିଲ୍ଲାରେ ଏଣେତେଣେ ଘୂରି ବୁଲୁଥିବା ମିଟୁଙ୍କ ଦେଖିଥିଲେ ଉତ୍ସର୍ଗ ଟ୍ରଷ୍ଟର ଆବାହକ ସମ୍ପଦ କୁମାର ଅଗ୍ରୱାଲ ଏବଂ ଲୋକନାଥ ଗୁପ୍ତା। ମନରେ ଦାୟ ଆସିଲା। ମିଟୁଙ୍କଠାରୁ ସମସ୍ତ କଥା ପଚାରି ବୁଝିଥିଲେ। ପରେ ଜଣାପଡିଲା ଯେ, ବିହାର ଜିଲ୍ଲା ଲକ୍ଷୀସରାଇରେ ତାଙ୍କ ଘର। ସ୍ଥାନୀୟ ଲୋକ ଏବଂ ଜିଲ୍ଲାପାଳଙ୍କ ସହଯୋଗରେ ପୁଣି ଘରକୁ ଫେରିଛନ୍ତି ଦିଲ୍ଲୀପ। ହଜିଲା ପୁଅକୁ ପାଇ, ପରିବାର ଲୋକଙ୍କ ଖୁସି କହିଲେ ନ ସରେ।

Advertisment

Odisha Reporter Dead Son Alive Son Backs From Death