/odisha-reporter/media/post_attachments/uploads/2022/12/lac.jpg)
ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଚାଇନାର ଅନୁପ୍ରବେଶ ଘଟଣାକୁ ନେଇ ତମ୍ଭିତୋଫାନ ଦେଖାଦେଇଛି। ଚାଇନା ସେନା ଏକତରଫା ଭାବେ ଅରୁଣାଚଳ ପ୍ରଦେଶର ସ୍ଥିତାବସ୍ଥା ବଦଳାଇବାକୁ ଚେଷ୍ଟା କରୁଥିଲା। ଏଥିସହ ଭାରତର ଗୋଟିଏ ଅଂଶକୁ ଦଖଲ କରିବାକୁ ଚାହିଁଥିଲା। କିନ୍ତୁ ଭାରତୀୟ ସେନା ବେଶ ସାହାସର ସହ ଚାଇନା ଯବାନଙ୍କ ମୁକାବିଲା କରିଥିଲା। ଫଳରେ ଚାଇନା ସେନା ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଆଜି ସଂସଦର ଉଭୟ ଗୃହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
