/odisha-reporter/media/post_attachments/uploads/2022/09/kinnar.jpg)
kinnar
ଦେଖିବାକୁ ମିଳିଛି ଏକ ଭିନ୍ନ ଧରଣର ବାହାଘର। କିନ୍ନରମାନଙ୍କ ସହାୟତାରେ କିନ୍ନର ଓ ଜଣେ ବିବାହିତ ବ୍ୟକ୍ତିଙ୍କ ମଧ୍ୟରେ ବାହାଘର। କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକର ଧୂର୍କୁଟି ଗାଁର ବିବାହିତ ବ୍ୟକ୍ତି ଫକିର ନିଆଲ୍ ବିବାହିତ ହୋଇ ଘର ସଂସାର କରି ସ୍ତ୍ରୀ ଓ ଜଣେ ପାଞ୍ଚ ବର୍ଷର ପୁଅ ରହିଥିବା ବେଳେ ପୁଣି ଜଣେ କିନ୍ନରକୁ ବାହା ହୋଇ ଚର୍ଚ୍ଚାରେ ରହିଛନ୍ତି। ଦାଦପୁର ଗାଁର ସଙ୍ଗୀତା କିନ୍ନରକୁ ଜଣେ ବିବାହିତ ବ୍ୟକ୍ତି ବାହା ହୋଇଛନ୍ତି। ତେବେ ଉଭୟ ସଙ୍ଗୀତା କିନ୍ନର ଓ ଫକିର ନିଆଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ଉଭୟଙ୍କ ସହମତିରେ ନର୍ଲା ରୋଡ଼ କିନ୍ନରଙ୍କ ବାସଗୃହରେ ବିବାହ ସମ୍ପାଦନ ହୋଇଥିବା ଜଣା ପଡିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
