ggg
ମୁମ୍ବାଇ: ଭାଇ ଭଉଣୀର ସମ୍ପର୍କ ଖୁବ୍ ନିଆରା। ଚୁଟି ଟଣାଟଣି ଆଉ ମାନ ଅଭିମାନ୍ ସବୁ ଥାଏ ଏ ସମ୍ପର୍କରେ। ଆଉ ହକ୍ ଜାହିର୍ କରିବା ବେଳେ କଥା ମାଡ଼ ମରାମରି ପର୍ଯ୍ୟନ୍ତ ବି ଯାଏଁ।
ସବୁଠୁ ବଡ଼ କଥା ହେଉଛି ଏ ସବୁରେ ଲୁଚିଥାଏ ଢେର ସାରା ଶ୍ରଦ୍ଧା, ଯତ୍ନ ଓ ଅସରନ୍ତି ଭଲପାଇବା।
ହଠାତ୍ ଏ କଥା କହିବାର କାରଣ କ’ଣ ଜାଣନ୍ତି ? କହିବାର ଅର୍ଥ ହେଉଛି ଏହି ସମ୍ପର୍କକୁ ନେଇ ତିଆରି କରାଯାଇଛି ଏକ ଭିଡିଓ। 'Behen Bhai Ki School Life' ଶିର୍ଷକ ଏହି ଭିଡିଓ ଦର୍ଶକଙ୍କୁ ଏତେ ଭଲ ଲାଗିଛି ଯେ, ତାହା କେବଳ ଆମ ଦେଶରେ ନୁହେଁ ପୂରା ଦୁନିଆର ଲୋକଙ୍କୁ ପସନ୍ଦ ଆସିଛି। ୟୁଟ୍ୟବ୍ରେ ଏହା ୪୦ ମିଲିଅନ୍ ଭ୍ୟୁଜ୍ ଓ୧୧.୮ ମିଲିଅନ୍ ସବ୍ସ୍କ୍ରାଇବର ସାଉଁଟିଛି।
ଜାଣିଛନ୍ତି ୨୦୧୮ରେ ରିଲିଜ୍ ହୋଇଥିବା ଟପ୍ ଟ୍ରେଣ୍ଡିଂର ୟୁଟ୍ୟୁବ୍ ଭିଡିଓର ଅନ୍ତର୍ଜାତିକ ତାଲିକାରେ (ଭାଇ ଭଉଣୀ ସ୍କୁଲ୍ ଜୀବନ)ର ଏକମାତ୍ର ଭାରତୀୟ ଭିଡିଓ ଭାବେ ଏହା ନବମ ସ୍ଥାନରେ ରହିଛି। ଏହାକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି। ଏହା ୟୁଟ୍ୟବ୍ରେ ୫୩ ମିଲିଅନ୍ ଭ୍ୟୁଜ୍ ହୋଇଛି।
ଏହା ସହ ଏହି ତାଲିକାରେ ପ୍ରଥମ ଥର ଟପ୍ରେ ଅଛି କିଲି ଜେନରଙ୍କ ଭିଡିଓ ‘ଟୁ ଆୱାର୍ ଡଟର’। ଏହି ସର୍ଟ୍ ଫିଲ୍ମ ମହିଳା ଭିତ୍ତିକ। ଏହାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us