ଭଦ୍ରକ ଜିଲ୍ଲା ବାସୁଦେବପୁର ବଜାରର ହାଇସ୍କୁଲ ଛକରେ ଥିବା ଦୁର୍ଗା ମେଡିସିନ ଦୋକାନରୁ ୭ ପେଟି ( ୮୪୦ ଟି ବୋତଲ) କଫସିରପ ଜବତ କରିଛି କରିବା ସହ ଜଣକୁ ଗିରଫ କରିଛି ବାସୁଦେବପୁର ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତଙ୍କ ନାଁ ମିହିର ନାୟକ। ସେ ସେହି ଦୋକାନର ଜଣେ କର୍ମଚାରୀ।
Advertisment
ସୂଚନା ଅନୂଯାୟୀ ଏହି ମେଡିସିନ ଷ୍ଟୋରରେ ଦୀର୍ଘ ଦିନ ଧରି ବେଆଇନ କଫସିରପ ବିକ୍ରି ହୋଇଆସୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର, ବାସୁଦେବପୁର ପୁଲିସ ଓ ବାସୁଦେବପୁର ଅବକାରୀ ବିଭାଗ ମିଳିତ ଭାବରେ ଦୁର୍ଗା ମେଡିସନ ଷ୍ଟୋରରେ ଚଢାଉ କରିଥିଲା। ଚଢ଼ାଉ ବେଳେ ସେଠାରୁ ୭ ପେଟି କଫସିରପ ଜବତ କରାଯାଇଥିଲା। ୭ଟି ପେଟିରେ ୮୪୦ଟି କଫସିରପ ବୋତଲ ଥିଲା। ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କହିଛି ଅବକାରୀ ବିଭାଗ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
