Advertisment

Bomb Squad In Court: ସମ୍ୱଲପୁର କୋର୍ଟକୁ ଆସିଲା କି ପୁଣି ବୋମା ଧମକ? ଯାଞ୍ଚ କଲା ବମ୍ ସ୍ୱାଡ଼, ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ୍ କହିଲା...

ସମ୍ବଲପୁର କୋର୍ଟ ପରିସରରେ ଆଜି ସକାଳୁ ସକାଳୁ ପୁଣି ଥରେ ପହଞ୍ଚିଥିଲେ ବମ୍ ଓ ଡଗ୍ ସ୍କ୍ୱାଡ଼। ବହୁ ସମୟ ଧରି ଏହି ସ୍କ୍ବାଡ଼ କୋର୍ଟ ପରିସରରେ ଯାଞ୍ଚ କରିଥିଲା। ପ୍ରକୃତରେ ଗତକାଲି ରାତି ୧୧ଟା ବେଳେ ହଠାତ୍ ସୁରକ୍ଷା କର୍ମୀଙ୍କ ଭିତରେ ଚଞ୍ଚଳତା ଦେଖାଦେଇଥିଲା।

Panic in Sambalpur Court

ସମ୍ୱଲପୁର କୋର୍ଟରେ ଡଗ୍ ସ୍କ୍ୱାଡ଼ Photograph: (OTV)

Advertisment

ସମ୍ୱଲପୁର: (Sambalpur) ଆଇନ୍ ବ୍ୟବସ୍ଥା ପ୍ରତି ପୁଣି ବିପଦ। ମିଳିଲା ବୋମାରେ ଉଡ଼ାଇ ଦେବାକୁ ଧମକ। କିଛିଦିନ ତଳେ ଓଡ଼ିଶାର କିଛି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ଏ ସଂପର୍କରେ କୌଣସି ଅଜଣ ବ୍ୟକ୍ତି ଇମେଲ୍ କରିଥିଲେ। ଏହାପରେ କଟକ ହାଇକୋର୍ଟ ସମେତ ଅନେକ ଜିଲ୍ଲା କୋର୍ଟରେ ଖାନତଲାସୀ କରାଯାଇଥିଲା। ଏବେ ପୁଣି ସେମିତି ଘଟଣା ଦେଖିବାକୁ ମିଳିଛି ସମ୍ୱଲପୁରରେ।

Advertisment

ସମ୍ବଲପୁର କୋର୍ଟ ପରିସରରେ ଆଜି ସକାଳୁ ସକାଳୁ ପୁଣି ଥରେ ପହଞ୍ଚିଥିଲେ ବମ୍ ଓ ଡଗ୍ ସ୍କ୍ୱାଡ଼। ବହୁ ସମୟ ଧରି ଏହି ସ୍କ୍ବାଡ଼ କୋର୍ଟ ପରିସରରେ ଯାଞ୍ଚ କରିଥିଲା। ପ୍ରକୃତରେ ଗତକାଲି ରାତି ୧୧ଟା ବେଳେ ହଠାତ୍ ସୁରକ୍ଷା କର୍ମୀଙ୍କ ଭିତରେ ଚଞ୍ଚଳତା ଦେଖାଦେଇଥିଲା। ପୋଲିସ ଦଳ ସହିତ ବମ୍ ସ୍କ୍ୱାଡ଼ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ମେଟାଲ୍ ଡିଟେକ୍ଟର ଦ୍ଵାରା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ।

ଖବର ନେବାରେ ଜଣାପଡ଼ିଥିଲା ଯେ, ପୂର୍ବରୁ ମିଳିଥିବା ବମ୍ ଧମକ ଘଟଣାକୁ ଦୃଷ୍ଟିରେ ରଖି ଏଥର ମଧ୍ୟ ସେହି ପ୍ରକାର ଧମକ ମିଳିଥିବା ଆଶଙ୍କା କରାଯାଉଛି। ଏହି କାରଣରୁ ହଠାତ୍ ସମ୍ୱଲପୁର କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା।

Advertisment

ସମ୍ୱଲପୁର ସଦର ପୋଲିସ୍ SDPO ଏବଂ ଟାଉନ୍ ଥାନାର ଅଧିକାରୀମାନଙ୍କ ସହିତ ଅନ୍ୟାନ୍ୟ ପୋଲିସ ବଳ କୋର୍ଟ ପରିସରରେ ପହଞ୍ଚି ତଦନ୍ତ କରିଥିଲେ। ତଥାପି, କେଉଁ ନିର୍ଦ୍ଦିଷ୍ଟ ସ୍ଥାନରୁ ବମ୍ ଧମକ ମିଳିଛି କିମ୍ବା ଏହା କେମିତି ମିଳିଛି ସେନେଇ ପୋଲିସ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଯାଞ୍ଚ ଶେଷ ହେବା ପରେ ଏନେଇ ଅଧିକ ସୂଚନା ମିଳିବ ବୋଲି ଆଶା କରାଯାଉଛି।

ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ କିଛିଦିନ ହେଲା ଓଡ଼ିଶାର ବିଭିନ୍ନ କୋର୍ଟକୁ ଧମକପୂର୍ଣ୍ଣ ଚିଠି ସବୁ ଆସୁଛି। ଯେହେତୁ ନିୟମିତ ଭାବ ଏହି ମେଲ୍ ଆସୁଛି, ତେଣୁ ପୋଲିସ୍ ପକ୍ଷରୁ ମଝିରେ ମଝିରେ ରୁଟିନ୍ ଚେକ୍ କରାଯାଉଛି। କାଳେ କେଉଁଠି କିଛି ବିସ୍ଫୋରକ ସତରେ ରହିଥିବ କି। ଏଥିପାଇଁ ଆମେ ପ୍ରତି ସପ୍ତାର ସୋମବାରକୁ ବାଛିଛୁ। ପୋଲିସ୍ ପକ୍ଷରୁ କୋର୍ଟକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକୁ ବ୍ଲକ୍ କରିଦିଆ ଯାଇଛି। ସେ ବାଟ ଦେଇ ଯିଏ ଯାଉଛି ତାଙ୍କର ଚେକିଂ କରାଯାଉଛି। କୋର୍ଟ କର୍ତୃପକ୍ଷ ଆଦୌ ଭୟଭୀତ ହେବା ଅନୁଚିତ ବୋଲି ପୋଲିସ୍ ସୂଚନା ଦେଇଛି।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe