Advertisment

Missing: ଚଳନ୍ତା ଜାହାଜରୁ ପୁଅ ନିଖୋଜ !

ମଝି ସମୁଦ୍ରରେ ହଜିଗଲା ପୁଅ, ମା’ଙ୍କ ଆଖିରୁ ଲୁହ ସୁଖୁନି । ୩ ତାରିଖରେ କଥା ହେଲା, ଭଲ ଅଛି ବୋଲି କହିଲା। ୪ ତାରିଖରେ କିନ୍ତୁ ଫୋନ ଉଠାଇଲାନି, ମେସେଜ୍ ବି ପଢିଲାନି । ନିଖୋଜ ଯୁବକଙ୍କ ନାଁ ସାର୍ଥକ ମହାପାତ୍ର। ସେ ଜଣେ ଯୁବ ସେଲର।

author-image
Jitendra Garnayak

ଓଡ଼ିଆ ଯୁବ ସେଲର ସାର୍ଥକ ମହାପାତ୍ରଙ୍କ ରହସ୍ୟମୟ ନିଖୋଜ ଘଟଣା ପରେ, ଏବେ ସମ୍ପୃକ୍ତ ମରାଇନ କମ୍ପାନୀ କହୁଛି, ନିଖୋଜଙ୍କୁ ଆମେ ଖୋଜୁଛୁ, ପାଇଲେ ଜଣାଇବୁ। ହେଲେ ଗୋଟିଏ ଚଳନ୍ତା ଜାହାଜ ଭିତରୁ ଜଣେ ଯୁବ କର୍ମଚାରୀ ହଠାତ୍ ଅନ୍ତର୍ଦ୍ଧାନ ହୋଇଯିବା ରହସ୍ୟମୟ ଲାଗୁଛି। ପରିବାର ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିଲାଣି। ମା’ ରଶ୍ମିତା ପୁଅର ନିଖୋଜ ଖବରକୁ ଗ୍ରହଣ କରିପାରୁ ନାହାନ୍ତି। ସହଯୋଗ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।

୧୪ ଜୁଲାଇ ୨୦୨୫ ମସିହାରୁ ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପ ମ୍ୟାନେଜମେଣ୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ ସଂସ୍ଥାରେ ନିଯୁକ୍ତ ଥିଲେ ସାର୍ଥକ । EA JERSEY ଜାହାଜରେ କ୍ରିୟୁ ମେମ୍ବର ଭାବେ ଇଣ୍ଟର୍ଣ୍ଣସିପ୍ କରୁଥିଲେ। ଫେରିଥିଲେ କୋର୍ଷ କମ୍ପଲିଟ୍ କରି ନୂଆ ପୋଷ୍ଟିଂରେ ଯୋଗ ଦେଇଥାନ୍ତେ। ହେଲେ ତାରି ଭିତରେ ଜାହାଜ ଭିତରୁ ନିଖୋଜ ହେବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ଚାଇନାରୁ ୱେଷ୍ଟ ଆଫ୍ରିକା ଆଉ ସିଙ୍ଗାପୁର ଦେଇ ସେ ଆସୁଥିବା ଜାହାଜଟି ଚାଇନା ଫେରିଥାନ୍ତା। ହେଲେ ମଝି ସମୁଦ୍ରରେ ସାର୍ଥକ ଜାହାଜରେ ଥିବା ନିଜ ରୁମରୁ କେଉଁଆଡେ ନିଖୋଜ ହୋଇଗଲେ। 

ଜାହାଜଟି ସିଙ୍ଗାପୁରରେ ସ୍ଥଳଭାଗ ଛୁଇଁବା ବେଳକୁ ପାଖାପାଖି୧୧ ତରିଖ ହୋଇଯିବ। ସେତେବେଳକୁ ପୁଅର ଅବସ୍ଥା କ’ଣ ହୋଇଥିବ ସେ ବାବଦରେ କମ୍ପାନୀ କିଛି ବି କହୁନାହିଁ। ଏପଟେ ହଜିଲା ପୁଅକୁ ଲେଉଟାଇ ଆଣିବାକୁ ମା’ ରଶ୍ମିତା ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିବା କହିଛନ୍ତି।

Advertisment