ଶିମିଳିପାଳରେ ଚାଲିଛି ବାଘ ଗଣନା। ପାରମ୍ପରିକ ପଗ୍ମାର୍କ (ପାଦଚିହ୍ନ) ନୁହେଁ, କ୍ୟାମେରା ଟ୍ରାପିଂ ପଦ୍ଧତିରେ ଚାଲିଛି ବ୍ୟାଘ୍ର ଗଣନା। ସେଥିପାଇଁ ଶିମିଳିପାଳର କୋର ଏରିଆରୁ ବଫର ଜୋନ୍- ସବୁଆଡ଼େ ଲଗାଯାଇଛି ସ୍ୱତନ୍ତ୍ର କ୍ୟାମେରା। ବାଘ ଚଳପ୍ରଚଳ କରୁଥିବା ସମସ୍ତ ସ୍ଥାନକୁ ଚିହ୍ନଟ କରାଯାଇ ସେଠାରେ ଗଛରେ ଲଗାଯାଇଛି ଏହି କ୍ୟାମେରା। ଅଭୟାରଣ୍ୟର ୧୩୫୦ଟି ସ୍ଥାନରେ ଲାଗିଛି କ୍ୟାମେରା।
Advertisment
ଏହି କ୍ୟାମେରାରେ ରହିଛି ଅଟୋମେଟିକ୍ ଫ୍ଲାସ, ୮ଟି ବ୍ୟାଟେରୀ, ସେନ୍ସର ଓ ଡାଟା କାର୍ଡ। କ୍ୟାମେରାଗୁଡ଼ିକୁ ସୁରକ୍ଷିତ ରଖିବାକୁ ସେଗୁଡ଼ିକୁ କ୍ୟାମେରା ଗାର୍ଡ ଭିତରେ ରଖାଯାଇ ଗଛରେ ବନ୍ଧା ଯାଉଛି। ଗୋଟିଏ ସ୍ଥାନରେ ଦୁଇଟି ଲେଖାଏଁ କ୍ୟାମେରାକୁ ଲଗାଯାଉଛି। ଏହି କ୍ୟାମେରା ସାମ୍ନା ଦେଇ ଯେକୌଣସି ବନ୍ୟଜନ୍ତୁ ଗଲେ, ତା’ର ଫଟୋ ଆପେ ଆପେ ଉଠିଯିବ।
ଗୋଟିଏ ସ୍ଥାନରେ କ୍ୟାମେରାଗୁଡ଼ିକୁ ଏମିତି ଲଗାଯାଇଛି ଯେମିତି ବାଘର ଉଭୟ ବାମ ଓ ଡାହାଣ ପଟର ଫଟୋ ଉଠିପାରିବ। କ୍ୟାମେରାରେ ତାରିଖ ଓ ସମୟ ମଧ୍ୟ ରହିଛି। ଏହି କ୍ୟାମେରା ଖରା,ବର୍ଷା ଓ ଶୀତ- ସବୁ ପ୍ରକାର ସ୍ଥିତିରେ ଚାଲି ପାରିବ। ଶିମିଳିପାଳ ବନ କର୍ମଚାରୀମାନେ ପ୍ରତି ୧୫ ଦିନରେ ଏହି କ୍ୟାମେରାଗୁଡ଼ିକର ବ୍ୟାଟେରୀ ବଦଳାଇବେ ଓ ସେଥିରେ ଥିବା ଡାଟାକୁ ସଂଗ୍ରହ କରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
