Advertisment

Gold Price: 22 କିଣିପାରୁନୁ 18 କ୍ୟାରେଟରେ କାମ ଚଳେଇବୁ

ବାର୍ଥଡେ ହେଉ କି ଆନିଭର୍ସରୀ, ଛୋଟମୋଟ ସେଲିବ୍ରେସନ ହେଉ କିକାହାପାଇଁ ଗିଫ୍ଟ,ଚାଲ୍ ଗୋଟେ ମୁଦିଟେ କିଣିଦେବା, ଅତି ସାଧାରଣ ଥିଲା। ହେଲେ ଏବେ ହାତ ମାରିହେଉନି ସୁନା ଦେହରେ। 24 ଓ 22 କ୍ୟାରେଟ ଗୋଲ୍ଡର ଆକାଶଛୁଆଁ ଦର ଭିତରେ ଆଦର ବଢିଛି 18 କ୍ୟାରେଟର।

author-image
Jitendra Garnayak

ବାର୍ଥଡେ ହେଉ କି ଆନିଭର୍ସରୀ, ଛୋଟମୋଟ ସେଲିବ୍ରେସନ ହେଉ କିକାହାପାଇଁ ଗିଫ୍ଟ,ଚାଲ୍ ଗୋଟେ ମୁଦିଟେ କିଣିଦେବା, ଅତି ସାଧାରଣ ଥିଲା। ହେଲେ ଏବେ ହାତ ମାରିହେଉନି ସୁନା ଦେହରେ। 24 ଓ 22 କ୍ୟାରେଟ ଗୋଲ୍ଡର ଆକାଶଛୁଆଁ ଦର ଭିତରେ ଆଦର ବଢିଛି 18 କ୍ୟାରେଟର। ଦୋକାନରେ ଭାରି ଡିମାଣ୍ଡ। 18 କ୍ୟାରେଟ ଗୋଲ୍ଡକୁ ଖୋଜିଲେଣି ଗ୍ରାହକ। ଏପରିକି 18 କ୍ୟାରେଟର କାନଫୁଲ, ରିଙ୍ଗ୍, ବ୍ରେସଲେଟ୍ ମାର୍କେଟରେ ପର୍ଯ୍ୟାପ୍ତ ସଂଖ୍ୟାରେ ନାହିଁ। ଲୋକେ ଆଗୁଆ ଅର୍ଡର ବି ଦେଉଛନ୍ତି। ଗିଫ୍ଟ ଦେବା ପାଇଁ ତ 18 କ୍ୟାରେଟ ସୁନା ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଲାଣି।ଏହାରି ଭିତରେ ଅନେକ ପଚାରିଲେଣି କେବେ ଆସିବ 9 କ୍ୟାରେଟ୍ ଓ 14 କ୍ୟାରେଟ୍ ଗୋଲ୍ଡ। 

Advertisment

ତେବେ କାହିଁକି ପପୁଲାର ହେଉଛି 18 କ୍ୟାରେଟ୍ ସୁନା ? ମାର୍କେଟରେ ଏତେ ଡିମାଣ୍ଡ କାହିଁକି? ଏହାର ଦୁଇଟି କାରଣ। ପ୍ରଥମତ, ବର୍ତ୍ତମାନରରକେଟ୍ ମାର୍କା ସୁନା ଦର। ବୁଧବାର 24 କ୍ୟାରେଟ୍ ସୁନା 10 ଗ୍ରାମକୁ 1 ଲକ୍ଷ 63 ହଜାର 500 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ଗୋଲ୍ଡ 10 ଗ୍ରାମ ପିଛା 1ଲକ୍ଷ 47 ହଜାର 750 ଟଙ୍କା। ବିବାହ ଋତୁରେ ସୁନାର ଚଢା ଦର ନିଦ ହଜାଇ ଦେଇଛି। ତେଣୁ ଲୋକେ 18 କ୍ୟାରେଟ୍ ଆଡକୁ ଢଳିବା ସ୍ବାଭାବିକ। ଅନ୍ୟ ଏକ କାରଣ ହେଉଛି, 18 କ୍ୟାରେଟ୍ ଗୋଲ୍ଡର ଉପାଦେୟତା। ଡେଲି ବ୍ୟବହାର ପାଇଁ ଯୁବପୀଢି ଓ ସହରାଂଚଳ ବାସିନ୍ଦାଙ୍କ ପସନ୍ଦ 18 କ୍ୟାରେଟ୍। ବିଶେଷ କରି ରୋଜ୍ ଗୋଲ୍ଡ, ହ୍ଲାଇଟ୍ ଗୋଲ୍ଡ ଏବଂ ହୀରା ଖଚିତ ରିଙ୍ଗରେ 18 କ୍ୟାରେଟ୍ ଅଧିକ ବ୍ୟବହାର ହୁଏ। 18 କ୍ୟାରେଟରେ ଅଧିକ ଡିଜାଇନ୍ କରିହୁଏ। ବର୍ତ୍ତମାନ ଏହା ଟ୍ରେଣ୍ଡରେ ବି ରହିଛି। 

2023ରେ ଦେଶରେ 18 କ୍ୟାରେଟ୍ ସୁନାର ବ୍ୟବହାର 180 ଟନ୍ ଥିଲା। 2024ରେ ତାହା 225 ଟନକୁ ବୃଦ୍ଧି ପାଇଛି। ବର୍ତ୍ତମାନ ବଢୁଥିବା ସୁନା ଦର ଏହି ଟ୍ରେଣ୍ଡକୁ ଆହୁରି ବଢାଇବା ଆଶା କରାଯାଉଛି।

Advertisment
Gold Coins Gold And Silver Price Today Gold Buying Time 22 Carat Gold Rate 24 Carat Gold Price Gold