ନିମାପଡ଼ାରେ ବିଜେପି ପକ୍ଷରୁ ମହାମିଶ୍ରଣ ପର୍ବ। ବିଭିନ୍ନ ଦଳରୁ ବିଜେପିରେ ସାମିଲ ହେଲେ ଦୁଇ ହଜାରରୁ ଉର୍ଦ୍ଧ୍ବ କର୍ମୀ। ଏହା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି ନିମାପଡ଼ା ବିଧାୟକ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
Advertisment
ନିମାପଡ଼ା ମୁକ୍ତାକାଶ ରଙ୍ଗମଞ୍ଚରେ ବିଜେପି ପକ୍ଷରୁ ଆୟୋଜିତ ଏହି ମହାମିଶ୍ରଣ ପର୍ବରେ ପ୍ରଭାତୀ ପରିଡ଼ାଙ୍କ ସହ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ନିଆଳି ବିଧାୟକ ଛବି ମଲ୍ଲିକ ଉପସ୍ଥିତି ରହିଥିଲେ। ସେମାନଙ୍କ ଉପସ୍ଥିତିରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ୪୬ଟି ପଞ୍ଚାୟତ ଓ ନିମାପଡ଼ା ଏନ୍ଏସିର ୧୧ଟି ୱାର୍ଡରୁ ବିଭିନ୍ନ ଦଳ ଛାଡି ଦୁଇ ହଜାରରୁ ଅଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ ।
ବିଶେଷକରି ବହୁ ସଂଖ୍ୟାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଏହି ମହାମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ବିଜେପିର ଦକ୍ଷ ନେତୃତ୍ୱ ଓ ସୁଶାସନ ପ୍ରତି ଆକର୍ଷିତ ହୋଇ ବିଭିନ୍ନ ଦଳ ଛାଡି ଏତେ ସଂଖ୍ୟାରେ କର୍ମୀ ବିଜେପିରେ ସାମିଲ ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏହି ମିଶ୍ରଣ ଦ୍ୱାରା ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ବେଶ୍ ସଫଳତା ପାଇବ ବୋଲି ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
