Advertisment

Protest: ଗଡ଼ି ଯାଉଛି ବୟସ, କେବେ ହେବ ପରୀକ୍ଷା

କେବେ ହେବ ପୋଲିସ୍ SI ପରୀକ୍ଷା। ଧାରଣାରେ ବସିଲେ ଆଶାୟୀ। ପରୀକ୍ଷା ତାରିଖ ଘୋଷଣା ଦାବିରେ ଲୋୟର ପିଏମ୍‌ଜିରେ ଆଶାୟୀ। କେଉଁ ସ୍ଥିତିରେ ଅଛି CBI ତଦନ୍ତ। କେବେ ହେବ ପରୀକ୍ଷା ପଚାରିଲେ। ଆମ ବୟସ ଗଡ଼ି ଯାଉଛି କହି କ୍ଷୋଭ ଜଣାଇଲେ ଆଶାୟୀ ପରୀକ୍ଷାର୍ଥୀ।

Advertisment

ପୁଲିସ ଏସଆଇ ପରୀକ୍ଷା ଦୁର୍ନୀତି ଅଭିଯୋଗରେ ଶଙ୍କର ପୃଷ୍ଟି  ଓ ମୁନ୍ନା ମହାନ୍ତି ଜେଲ ଗଲେ। ୧୧୪ ପରୀକ୍ଷାର୍ଥୀ ବି ଧରା ପଡ଼ିଲେ। ଦୁର୍ନୀତି ପଛରେ ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବାର ଟେର୍ ମିଳିଲା। କିନ୍ତୁ ଆଶାୟୀ ପରୀକ୍ଷାର୍ଥୀମାନେ ପାଇଲେ କ’ଣ। ଭାଙ୍ଗିଲାଣି ଧୈର୍ଯ୍ୟ। ଏଥର ସିଧା ରାସ୍ତାକୁ ଓହାଇଲେ ପିଲା। ସରକାରଙ୍କୁ କଲେ ପ୍ରଶ୍ନ। କେବେ ହେବ ପରୀକ୍ଷା। ଆଶାୟୀ ପରୀକ୍ଷାର୍ଥୀ 'ଷ୍ଟୁଡେଣ୍ଟ ଏଗେନେଷ୍ଟ କରପ୍ସନ' ନେତୃତ୍ୱରେ ଗାନ୍ଧୀ ମାର୍ଗରେ ଦେଇଛନ୍ତି ଧାରଣା। ସରକାର, କ୍ରାଇମବ୍ରାଞ୍ଚ ଓ ଓପିଆଇବି ଉପରେ ବର୍ଷିଛନ୍ତି।  

Advertisment

ଏ ପୁଲିସ ଏସଆଇ ପରୀକ୍ଷାର ଭବିଷ୍ୟତ କ’ଣ? ପିଲାମାନେ ଗତ ବର୍ଷ ଜାନୁୟାରୀରୁ ଅଦ୍ୟାବଧି ବିଭିନ୍ନ ଲାଇବ୍ରେରୀରେ, ଗଛ ତଳେ ଓ ପାର୍କରେ ୧୨ରୁ ୧୩ ଘଣ୍ଟା ତପସ୍ୟା କରି, ୫ ଟଙ୍କିଆ ଆହାର ଖାଇ ପାଠ ପଢୁଛନ୍ତି। କିନ୍ତୁ ପରୀକ୍ଷା କେବେ ହେବ ସେ ନେଇ ନା ରାଜ୍ୟ ସରକାର ନା ଓପିଆଇବି ସ୍ପଷ୍ଟ କରୁଛନ୍ତି। ତା’ହେଲେ ଏତେ ତପସ୍ୟା କରି ପିଲାମାନେ ପାଇଲେ କ’ଣ।  କେବଳ ପରୀକ୍ଷା ବାତିଲ୍, ନିଯୁକ୍ତିରେ ଦୁର୍ନିତି, ଚାକିରି ବିକ୍ରି ? ଏହା ସହ ଏସଆଇ ନିଯୁକ୍ତି କେଳଙ୍କରୀ ନେଇ ସିବିଆଇ ତଦନ୍ତ କେଉଁ ପର୍ଯ୍ୟନ୍ତ ଗଲା? 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe